ମୃତ୍ୟୁ ବରଣ କରିଥିବା ଦୁଇ ପରିବାରକୁ ଭେଟିଲେ ମନ୍ତ୍ରୀ

0
276

ପୋଲସରା/ବୁଗୁଡା: ରାଜ୍ୟ ସରକାରଙ୍କ ମାନ୍ୟବର ଶ୍ରମ, ନିଯୁକ୍ତି ଓ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମହୋଦୟ ଜୁନ ୨୨ ତାରିଖ ଦିନ, ପୋଲସରାରେ ଜଣେ ଓ ବୁଗୁଡ଼ାରେ ଜଣେ ମୃତ୍ୟୁ ବରଣ କରିଥିବା ଦୁଇ ବ୍ୟକ୍ତିଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମର ନାରାୟଣ ଦଳେଇ(୩୫) ଅକାଳ ମୃତ୍ୟୁବରଣ କରିଥିଲେ। ଜୁନ ୨୨ ତାରିଖ ଦିନ ମାନ୍ୟବର ଶ୍ରମ ମନ୍ତ୍ରୀ, ସ୍ବର୍ଗତ ନାରାୟଣଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ବୁଗୁଡା ବ୍ଲକର କାଦପଡା ଗ୍ରାମର ସୁଶାନ୍ତ ସ୍ବାଇଁ (୪୫) ଆନ୍ଧ୍ରପ୍ରଦେଶର ବୋବିଲ ରେଳ ଷ୍ଟେସନରେ ଗତି କରୁଥିବା ଟ୍ରେନରେ ଚଢ଼ିବା ବେଳେ ପିନ୍ଧିଥିବା ଚପଲ ଖସି ଯିବା ଯୋଗୁଁ ଟ୍ରେନତଳେ ପଡି ମୃତ୍ୟୁବରଣ କରିଥିଲେ। ଖବର ଜାଣିବା ପରେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସ୍ବର୍ଗତ ସୁଶାନ୍ତଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିପତ୍ତି ସମୟରେ ମାନ୍ୟବର ମନ୍ତ୍ରୀ ମହୋଦୟ ଲୋକଙ୍କ ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ଓ ସହଯୋଗ କରିଥିବା ଯୋଗୁଁ ବୁଦ୍ଧିଜୀବୀ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here