୮୫୦ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଜବତ, ୪ ଗିରଫ

0
249

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ୱାବଧାନରେ ଯାହାର ଆନୁମାନିକ ମୂଲ୍ୟ ୧୭ଲକ୍ଷ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ଜବତ କରାଯାଇଛି । ଏଥିରେ ୪ଜଣ ବ୍ୟକ୍ତି ଙ୍କୁ ଗଞ୍ଜେଇ ଚୋରା ଚାଲାଣକାରିରେ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶ ଏ ସ୍ ‌ଆଇ ରବିନ୍ଦ୍ର ନାରାୟଣ ପାତ୍ର, ଜନ ଶବର ଏବଂ ପୋଲିସ ଟିମ୍ ର ମିଳିତ ଭାବେ ପେଟ୍ରୋଲିଂ କରୁଥିବା ବେଳେ ଏକ ଟାଟା ୪୦୭ ଗାଡି ନଂ. ଜେଏଚ୍ ୦୯ ଇ ୭୧୦୬କୁ ଗାଲିମେରା ଗ୍ରାମ ନିକଟରେ ସନ୍ଦେହଜନକ ଭାବେ ଦେଖି ଉପରୋକ୍ତ ଗାଡିକୁ ଅଟକାଇ ଥିଲେ । ଗାଡିକୁ ସଂପୂର୍ଣ୍ଣ ଯାଞ୍ଚ କରିବା ସମୟରେ ଗାଡିର ପଛପଟୁୁ ଜରି ବସ୍ତାରେ ଗଞ୍ଜେଇ ଥିବାର ଦେଖିବାକୁ ପାଇଥିଲେ । ମୋହନା ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡାଙ୍କ ଉପସ୍ଥିତିରେ ଜବତ ହୋଇଥିବା ଗଞ୍ଜେଇକୁ ଓଜନ କରାଯାଇଥିଲା । ଏଥିରେ ୮୫୦ କିଲୋ ୭୦୦ ଗ୍ରାମ ଗଞ୍ଜେଇ ରହିଥିଲା । ଏହି ଗଞ୍ଜେଇକୁ ଗୁଲୁବା ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ବେଳେ ଏହାକୁ ଝାଡଖଣ୍ଡ ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଛି । ଏହି ଗାଡିରେ ୨ଟି ନମ୍ବର ପ୍ଲେଟ ବ୍ୟବହାର କରାଯାଉଥିବା ସ୍ଥାନୀୟ ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି । ଗୋଟିଏ ନମ୍ବର ଝାଡଖଣ୍ଡର ଥିବା ବେଳେ ଅନ୍ୟଟି ଓଡ଼ିଶା ର (୦୨ଏବି ୦୧୩୩)କୁ ବ୍ୟବହାର କରାଯାଉଥିଲା । ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅଡବା ଥାନା ଅଞ୍ଚଳ ଲକ୍ଷ୍ମୀପୁର ଗ୍ରାମର ୩ଜଣ ଆବେଲୁ ଲିମା(୪୫), ସୁଧିର ଲମିା(୨୧), ସୁମନ୍ତ ମାଝୀ (୨୦) ଓ ଝାଡଖଣ୍ଡ ଅଞ୍ଚଳର ବାସକାଲି ଅନସାରି(୫୫)ଙ୍କୁ ଗିରଫ କରାଯିବା ସହ ଗାଡିକୁ ମଧ୍ୟ ଜବତ କରାଯାଇଛି । ଗତକାଲି ଏହି ୪ ଅଭିଯୁକ୍ତଙ୍କୁ ଆର୍‌.ଉଦୟଗିରି କୋର୍ଟରେ ହାଜର କରାଯାଇଥିବାର ଥାନା ପକ୍ଷରୁ ସୂଚନା ମିଳିଛି

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here