ସଦର ଥାନା ପୋଲିସର ଆମ୍ବଗଡ଼ ଜୁଆ ଆଡ୍ଡାରେ ଚଢ଼ଉ:୮ ଜୁଆଡି ଗିରଫ

0
312

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ) ସଦରଥାନା ଅନ୍ତର୍ଗତ ଆମ୍ବଗଡ଼ ଗ୍ରାମ ନିକଟରେ ଥିବା ଆମ୍ବ ତୋଟାରେ ଚାଲିଥିବା ଏକ ଜୁଆଆଡ୍ଡାରେ ସଦରଥାନା ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ୮ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ ଜାଣିବାକୁ ମିଳିଛି ଯେ,ଗୁରୁବାର ଦିନ ସଦରଥାନା ଅନ୍ତର୍ଗତ ଆମ୍ବଗଡ଼ ଗ୍ରାମର ଏକ ଆମ୍ବ ତୋଟା ପରିସରରେ କିଛି ଜୁଆଡି ଏକତ୍ରିତ ହୋଇ ଜୁଆ ଖେଳୁଥିବା ଖବର ପାଇବା ପରେ ଏକ ସିଭିଲ ସ୍କାଡ଼ ଘଟନ କରି ଉକ୍ତ ଜୁଆ ଆଡ୍ଡାରେ ଚଢ଼ାଉ କରିଥିଲେ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ।ପୋଲିସର ଏହି ଚଢ଼ାଉ ବେଳେ ୮ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୨୭,୦୬୦ ଟଙ୍କା, ୫ଟି ମୋବାଇଲ, ୪ଟି ସ୍କୋଟି ଗାଡି ସହ ୫ଟି ତାସ କାଟା ଜବତ କରାଯାଇଛି।ଏବଂ ସେମାନଙ୍କ ବିରୋଧରେ ଥାନା କେସ ନଂ-୧୨୮/୨୧ ଅନୁସାରେ ଏକ ମାମଲା ରୁଜୁ କରାଯାଇ ୟୁ/ଏସ୍-୩ ଓପିଜି ଆକ୍ଟ ଅନୁଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ମହେନ୍ଦ୍ର ସାହୁଙ୍କ ଠାରୁ ସୂଚନା ମିଳିଛି।ଏହି ଚଢ଼ାଉରେ ସଦର ଥାନା ଅଧିକାରୀଙ୍କ ସମେତ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତିରଞ୍ଜନ ବେହେରା ଓ ତାଙ୍କ ଟିମ୍ ସାମିଲ ଥିଲେ।ସଦରଥାନା ଅଧିକାରୀ ଭାବେ ଗତ ଦୁଇ ଦିନ ପୂର୍ବେ ହିଁ ଦାଇତ୍ୱ ଗ୍ରହଣ କରିଥିଲେ।ତେବେ ସଦର ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଢେର୍ ପ୍ରଶଂସା କରାଯାଇଛି।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here