ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

0
270

ବୁଗୁଡା: ବୁଗୁଡା ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ କେ.ପଥରାପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତି, ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ଥିବା ବାଲିପଦର ଫାଣ୍ଡି ଓଆଇସି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ମଇ ୨୨ ତାରିଖ ଦିନ ଜଣେ ଯୁବତୀଙ୍କୁ କେ.ପଥରାପଲ୍ଲୀ ଗ୍ରାମର ଅକ୍ଷୟ ମାଝୀ ଦୁଷ୍କର୍ମ କରିଥିବା ନେଇ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପଞ୍ଜୀକୃତ ପରେ ବୁଗୁଡା ଥାନା କେଶ ନଂ ୨୩୮/୨୧ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ବାଲିପଦର ପୋଲିସ ପକ୍ଷରୁ କେ.ପଥରାପଲ୍ଲୀ ଗ୍ରାମର ଅକ୍ଷୟ ମାଝୀ ଓ ଯୁବତୀ ଜଣଙ୍କ ଡାକ୍ତରୀ ପରୀକ୍ଷା ପରେ ଅକ୍ଷୟ ମାଝୀ କୁ ଗିରଫ କରାଯାଇ ମଇ ୨୭ ତାରିଖ ଦିନ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here