ବୈଜ୍ଞାନିକ ଚାଷ ପଦ୍ଧତି ପାଇଁ “କୃଷକ ତାଲିମ ଶିବିର”

0
282

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ପାଙ୍ଗିଡି ଗ୍ରାମ ପଞ୍ଚାୟତ ସାପୁଆପଲ୍ଲୀ ଗ୍ରାମରେ ଫେବୃୟାରୀ ୨୫ ତାରିଖ ଦିନ ବୁଗୁଡା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ କରି ଆଧୁନିକ ପ୍ରଣାଳୀରେ ଚାଷ କାର୍ଯ୍ୟ କରିବା ପାଇଁ ଏକ “କୃଷକ ତାଲିମ ଶିବିର” ଅନୁଷ୍ଠିତ ହୋଇଯାଇଛି। କୃଷି ବୈଷୟିକ ପରିଚାଳନା ସଂସ୍ଥା ଆନୁକୂଲ୍ୟରେ ଅନୁଷ୍ଠିତ ଏହି କୃଷକ ତାଲିମ କାର୍ଯ୍ୟକ୍ରମରେ ବୁଗୁଡା ସହକାରୀ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି ଓ ସ୍ୱାଗତିକା ପତି ଓ ଜଗନ୍ନାଥପ୍ରସାଦ ବ୍ଲକ ସହକାରୀ କୃଷି ଅଧିକାରୀ ଅଭିଜିତ ପ୍ରଧାନ ଯୋଗଦେଇ ଫସଲରେ ସମନ୍ବିତ ଖାଦ୍ୟସାର ଓ ରୋଗ ପୋକ ପରିଚାଳନା, ଜୈବିକ କୃଷି ପ୍ରଣାଳୀ, ବିହନ ବିଶୋଧନ ପ୍ରଣାଳୀ ପ୍ରଭୃତି ବିଷୟରେ କୃଷକମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ପାଙ୍ଗିଡି ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ଆପଟ, ସମିତି ସଭ୍ୟ କୃଷ୍ଣ ରା ଓ ବୁଗୁଡା ବ୍ଲକ କୃଷି ବୈଷୟିକ ପରିଚାଳନା ସଂସ୍ଥାର ଅଧ୍ୟକ୍ଷ ମୁକୁନ୍ଦ ନାୟକ ପ୍ରମୁଖ ଯୋଗଦେଇ କୃଷି କ୍ଷେତ୍ରରେ ନୂତନ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କଲେ ଲାଭବାନ ହୋଇପାରିବା ବୋଲି ପରାମର୍ଶ ଦେଇଥିଲେ। ବୁଗୁଡା କୃଷି କାର୍ଯ୍ୟାଳୟର ସହକାରୀ ବୈଷୟିକ ସହାୟକ ଅବିନାଶ ପାତ୍ର ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here