କରୋନା ନେଲା ଆଉ ଜଣେ ସାମ୍ବାଦିଙ୍କ ଜୀବନ

0
354

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ସର୍ବସାଧାରଣ ଖବର କାଗଜର ଫୁଲବାଣୀ ସହର ପ୍ରତିନିଧି ଆଶୁତୋଷ ବେହେରା( (45) ବଣ୍ଟିଙ୍କ ରବିବାର ରାତ୍ରରେ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ପରଲୋକ ହୋଇଛି। କରୋନା ଆକ୍ରାନ୍ତ ଯୋଗୁଁ ଗତ ୨୦ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ଧିରେ ଧିରେ ହଠାତ ୨୨ତାରିଖ ଦିନ ତାଙ୍କର ସ୍ଵାସ୍ଥ୍ୟର ଅବନତି ଘଟିଥିଲା ଏବଂ ସବୁପ୍ରକାର ଚେଷ୍ଟା ବିଫଳ ହୋଇଥିଲା । ସେ ଜଣେ ମଜାଳିଆ, ହସଖୁସି ମିଜାଜର ମଣିଷଟିଏ ଥିଲେ।ଜଣେ ନିଷ୍କପଟ ସରଳ ହୃଦୟର ବ୍ୟକ୍ତିତ୍ବ ରୂପେ ସେ ସର୍ବସାଧରାଣରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି।ସାମ୍ବାଦିକ ବନ୍ଧୁମାନେ ତାଙ୍କର ସଦଗତି କାମନା କରି ଶୋକ ବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here