ଗୋପପୁର ଗ୍ରାମରେ ପାଳ ଗଦାରେ ଲୁଚାଇ ଥିଲେ ବିବାହ ଭୋଜି, ରନ୍ଧାଖାଦ୍ୟ ଜବତ ସହ ୫ ହଜାର ଟଙ୍କା ଜୋରିମାନା ଆଦାୟ କଲା ପ୍ରଶାସନ

0
278

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ପୋଲିସ କୁ ଭୟ କରି ପାଳ ଗଦା ରେ ଲୁଚାଇ ରଖିଥିଲେ ଭୋଜି ।ଖବର ପାଇ ସ୍ଥାନୀୟ ପ୍ରଶାସନ ପହଞ୍ଚି ପାଳ ଗଦା ଭିତରୁ ଭୋଜି କୁ ଜବତ କରି ଗରିବ ଲୋକ ଙ୍କ ମଧ୍ୟରେ ବାଣ୍ଟି ଦେଇଛି ।ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଚିକିଲି ପଞ୍ଚାୟତ ର ଗୋପପୁର ଗ୍ରାମରେ କବି ଦାସ ଙ୍କ ପୁତ୍ର ରଜନୀ ଦାସ ଙ୍କର ଆଜି ବିବାହ ଅନୁଷ୍ଠିତ ହୋଇଥିଲା ।ସାହି ଭାଇ ଙ୍କୁ ଖାଇବା କୁ ଦେବା ପାଇଁ ପ୍ରାୟ ୫୦୦ ଲୋକ ଙ୍କ ପାଇଁ ଭୋଜି ରନ୍ଧା ଯାଇଥିଲା ।ତେବେ ରାତିରେ ଖାଇବା ବ୍ୟବସ୍ଥା ହୋଇ ଥିବାରୁ ଭୋଜି କୁ ଏକ ପାଳ ଗଦା ଭିତରେ ଲୁଚାଇ ରଖା ଯାଇଥିଲା ।ଖବର ପାଇ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ ,ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାଶ ଓ ଥାନା ଏସ ଆଇ କାର୍ତ୍ତିକ ନାୟକ ଗୋପପୁର ରେ ପହଞ୍ଚି ପାଳ ଗଦା ଭିତରୁ ଭୋଜି କୁ ଜବତ କରିବା ସହ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ ରେ ଆୟୋଜକ ଙ୍କ ଠାରୁ ୫ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ ।ଭୋଜି କୁ ଗରିବ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେବା ପାଇଁ ଗାଁ ମୁଖିଆ ଙ୍କୁ ହସ୍ତାନ୍ତର କରିଥିଲେ ତହସିଲଦାର ।ତେବେ ସରକାର ଙ୍କ କୋଭିଡ ନିୟମ କୁ ଖାତିର ନ କରି ଗାଁ ଗାଁ ରେ ପ୍ରତିଦିନ ଭୋଜିର ଆୟୋଜନ ହେଉଥିବାରୁ ଏବେ ପ୍ରଶାସନର ଚିନ୍ତା ବଢିଛି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here