କରୋନାରୁ ସୁସ୍ଥ ହେଲେ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଭାପତି

0
279

ବେଲଗୁଣ୍ଠା: କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତ ହୋଇ ଦୀର୍ଘ ଦିନ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିଛନ୍ତି ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଭାପତି ତଥା ବେଲଗୁଣ୍ଠା ବ୍ଳକ୍ ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର ।ଶରୀରରେ ଲକ୍ଷଣ ପ୍ରକାଶ ପାଇବାରୁ ସେ ଗତ ୧ ତାରିଖ ଦିନ କୋଭିଡ୍ ପରୀକ୍ଷା କରାଇଥିଲେ ଏବଂ ରିପୋର୍ଟ ପଜିଟିଭ୍ ଆସିଥିଲା ।ପରେ ସେ କିଛି ଦିନ ହୋମ୍ ଆଇସୋଲେସନ୍ ରେ ଥିଲେ ।କିନ୍ତୁ ୪/୫ ଦିନ ପରେ ଅମ୍ଳଜାନ ସ୍ତର ହ୍ରାସ ପାଇବାରୁ ତୁରନ୍ତ ପ୍ରଶାସନକୁ ଖବର ଦେଇ ଭଞ୍ଜନଗର କୋଭିଡ୍ କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।ସେଠାରେ ତାଙ୍କର ଚିକିତ୍ସା ହେଉଥିଲା ।
ଚିକିତ୍ସିତ ହେବା ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍, ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ର ଓ ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ପ୍ରମୁଖ ପ୍ରେସ୍ କ୍ଳବ୍ ସଭାପତି ଶ୍ରୀ ପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ ।ଗତକାଲି ସେ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦେଇଛନ୍ତି ।ପ୍ରଭୁ ଲକ୍ଷ୍ମୀ ନୃସିଂହ ଙ୍କ ଆଶୀର୍ବାଦ,ନିଜ ସହଯୋଗୀ ମାନଙ୍କ ଭଲ ପାଇବା ଓ ପ୍ରଶାସନିକ ଓ ଚିକିତ୍ସାଧିକାରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here