ଗୁହାଳରେ ଚାଲିଥିଲା ଜୁଆ ଆଡ୍ଡା; ୪ ଜୁଆଡ଼ି ଗିରଫ

0
237

ବେଲଗୁଣ୍ଠା: ଗାଙ୍ଗପୁର ଥାନ ଅନ୍ତର୍ଗତ ଖଇରପୁଟି ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ପୋଲିସ୍ ଗିରଫ କରିଛି ଚାରି ଜୁଆଡିଙ୍କୁ I ସୂଚନା ପ୍ରକାରେ ଗୁରୁବାର ସନ୍ଧ୍ୟାବେଳେ ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ ଖଇରପୁଟି ଗ୍ରାମର ଡମୁଣି ପୋଖରୀ ନିକଟରେ ଏକ ଗାଈ ଗୁହାଳରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା I ସେଠାରୁ ପୋଲିସ୍ ଚାରି ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ 16450 ଟଙ୍କା, ଚାରୋଟି ମୋବାଇଲ୍ ଏବଂ ତାସ୍ ଜବତ କରିଥିଲା I ଏନେଇ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ 281/21 ରେ ଏକ ମାମଲା ରୁଜୁ ହେବା ସହିତ ତଦନ୍ତକାରୀ ଅଧିକାରୀ ଏସ.ଆଇ ଏସ୍.କେ ପ୍ରଧାନ ତଦନ୍ତ ଚଳାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶ ପ୍ରକାଶ କରିଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here