ବିକ୍ରମପୁର ଗ୍ରାମରେ ବିବାହ ଭୋଜି ଉପରେ ପ୍ରଶାସନର ଚଢ଼ାଉ, ୬ ହଜାର ଟଙ୍କା ଜୋରିମାନା ଆଦାୟ

0
323

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) ସରକାର କୋଭିଡ କଟକଣା କୁ ଯେତେ କଡାକଡି କଲେ ମଧ୍ୟ ଅମାନିଆ ମାନିବାକୁ ନାରାଜ । ଗାଁ ଗାଁ ରେ ଭୋଜିଭାତ, ତାସ ଖେଳ, କ୍ରିକେଟ ଖେଳ ଯୋଗୁଁ ବର୍ତ୍ତମାନ ଗ୍ରାମାଞ୍ଚଳରେ ହିଁ ସର୍ବାଧିକ କରୋନା ରୋଗୀ ଦେଖିବାକୁ ମିଳୁଛି । ଆଜି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବିକ୍ରମପୁର ଗ୍ରାମରେ ଏକ ବିବାହ ଭୋଜି ଚାଲୁଥିବା ବେଳେ ଖବର ପାଇ ସ୍ଥାନୀୟ ପ୍ରଶାସନ ତରଫରୁ ଚଢ଼ାଉ କରାଯାଇଛି । ବିକ୍ରମପୁର ପାଟଣା ସାହି ର ସ୍ବର୍ଗତ ରାମନାଥ ବେହେରା ଙ୍କ ପୁତ୍ର କୁନା ବେହେରାଙ୍କ ଆଜି ବିବାହ ଅନୁଷ୍ଠିତ ହେବା ସହ ଭୋଜି ର ଆୟୋଜନ କରାଯାଇଥିଲା । ପ୍ରାୟ ୫୦୦ ଲୋକ ଙ୍କ ପାଇଁ ଭୋଜି ରନ୍ଧା ଯାଇଥିଲା । ମଧ୍ୟାହ୍ନ ରେ ଲୋକ ଖାଉଥିବା ସମୟରେ ଖବର ପାଇ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ, ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ପହଞ୍ଚି ଭୋଜି ଖାଇବା ବନ୍ଦ କରିବା ସହ କୋଭିଡ କଟକଣା ଉଲ୍ଲଙ୍ଘନ କରିଥିବା ରୁ ଆୟୋଜକ ଙ୍କ ଠାରୁ ୬ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । ରନ୍ଧା ଯାଇଥିବା ଖାଦ୍ୟ ସାମଗ୍ରୀକୁ ନଷ୍ଟ ନ କରି ଗରିବ ଲୋକଙ୍କୁ ବାଣ୍ଟି ଦେବା ପାଇଁ ସରପଞ୍ଚ ମମତା ପ୍ରଧାନ ଙ୍କୁ ହସ୍ତାନ୍ତର କରିଥିଲେ । ସରପଞ୍ଚ ଖାଦ୍ୟ ସାମଗ୍ରୀକୁ ଲୋକଙ୍କ ମଧ୍ୟରେ ବାଣ୍ଟି ଦେଇଥିବା ଜଣାପଡିଛି ।ତେବେ ଗ୍ରାମାଞ୍ଚଳରେ ଲୋକମାନେ ସରକାରଙ୍କ କୋଭିଡ କଟକଣା ନ ମାନି ଭୋଜିଭାତ ର ଆୟୋଜନ କରୁଥିବା ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here