କରୋନା ନିୟମ ଅବମାନନା:ଅମାନିଆ ଗଣିଲେ ୭୫୦୦୦

0
251

ବେଲଗୁଣ୍ଠା:କରୋନାର ଦ୍ୱିତୀୟ ଲହରର ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ରାଜ୍ୟ ସରକାର ଆସନ୍ତା ମେ ୩୧ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି କରିଛନ୍ତି ଏବଂ କଟକଣାକୁ ସ୍ୱତନ୍ତ୍ର ଦୃଷ୍ଟି ରଖି ଅମାନିଆ ମାନଙ୍କୁ ସାବାଡ୍ କରିବାକୁ ପୋଲିସ ତଥା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।କିନ୍ତୁ ପ୍ରଶାସନର କଡା କଟକଣା ଓ ପୋଲିସ ର ପହରା ସତ୍ତ୍ୱେ ବହୁ ଅମାନିଆ ବିଭିନ୍ନ ଆଳ ଦେଖାଇ ବଜାରରେ ବୁଲୁଥିବା ଲକ୍ଷ୍ୟ କରାଯାଇଛି ।ବେଲଗୁଣ୍ଠା ପୋଲିସ ପକ୍ଷରୁ ବେଲଗୁଣ୍ଠା ସହରରେ ଚେକିଂ ଓ ବ୍ଳକିଂ କରାଯାଇ ଗତ ୫ ଦିନ ମଧ୍ୟରେ 75୦୦୦ ଟଙ୍କା ଅମାନିଆଙ୍କ ଠାରୁ ଜୋରିମନା ଆକାରରେ ଆଦାୟ କରାଯାଇଛି ବୋଲି ଜଣାପଡିଛି ।ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ଛକ,ବାଲିଡି ସ୍କୁଲ ନିକଟ ଏବଂ ବ୍ଳକ୍ ଛକ ଠାରେ ପ୍ରତିଦିନ ବେଲଗୁଣ୍ଠା ପୋଲିସ ତରଫରୁ ବ୍ଳକିଂ ଓ ଚେକିଂ କରାଯାଇ ଅମାନିଆଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଯିବା ସହ ଜୋରିମନା ଆଦାୟ କରାଯାଉଛି ।ଏ ଆଗକୁ ଲକ୍ ଡାଉନ୍ ଅବଧି ବୃଦ୍ଧି ହୋଇଥିବାରୁ କରୋନା କଟକଣା ନିୟମ ଆହୁରି କଡାକଡି କରାଯିବ ବୋଲି ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁ କହିଛନ୍ତି ।ବର୍ତ୍ତମାନ ପରିସ୍ଥିତିରେ କରୋନା ସଂକ୍ରମଣ ସହରର ଅପେକ୍ଷା ବିଭିନ୍ନ ଗ୍ରାମାଞ୍ଚଳରେ ବୃଦ୍ଧି ପାଉଥିବାରୁ ବର୍ତ୍ତମାନ ବେଲଗୁଣ୍ଠା ଥାନା ଅଧିନରେ ଥିବା ଗ୍ରାମ ଗୁଡିକରେ ପୋଟ୍ରୋଲିଂ କରାଯାଉଛି ଏବଂ ଆଗକୁ ଏହା ଜୋରଦାର କରାଯିବ ବୋଲି ଥାନାଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here