ଅଟୋ ବୋଲେରୋ ମୁହାମୁହିଁ ଧକ୍କା; ତିନି ଆହତ, ଜଣେ ଗୁରୁତର ; ବୋଲେରୋ ଡ୍ରାଇଭର ଫେରାର୍

0
226

ବେଲଗୁଣ୍ଠା: ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ନିମିନା ଠାରେ ଏକ ଯାତ୍ରୀବାହୀ ଅଟୋ ସହ ଏକ ବୋଲେରୋ ମୁହାମୁହିଁ ଧକ୍କା ହେବା ଫଳରେ ଅଟୋ ଡ଼୍ରାଇଭର ଗୁରୁତର ଆହତ ହେବା ସହିତ ଅଟୋରେ ବସିଥିବା ଦୁଇ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି I ସୂଚନା ପ୍ରକାରେ ଗମ୍ଭାରୀଗୋଛା ଗ୍ରାମର ଅରୁଣ ପ୍ରଧାନଙ୍କ ସ୍ତ୍ରୀ ଭାରତୀ ପ୍ରଧାନଙ୍କ ସ୍ଵାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ବ୍ରହ୍ମପୁରରେ ଚିକିତ୍ସା କରାଇ ଆଜି ଅପରାହ୍ଣରେ OD07F0441 ନମ୍ବର ବିଶିଷ୍ଟ ଏ଼କ ଅଟୋରେ ନିଜ ଗ୍ରାମକୁ ଫେରୁଥିଲେ I ଏହିସମୟରେ ଭଞ୍ଜନଗରରୁ ଦୁଇ ଜଣ କରୋନା ରୋଗୀଙ୍କୁ ଧରି ବ୍ରହ୍ମପୁର ଯାଉଥିବା OR07D7713 ନମ୍ବର୍ ବିଶିଷ୍ଟ ଏକ ବୋଲେରୋ ନିମିନା ଠାରେ ଅଟୋଟିକୁ ସାମ୍ନା ପଟୁ ଧକ୍କା ଦେଇଥିଲେ I ଫଳରେ ଅଟୋ ଚାଳକ ଚୁନାପଲ୍ଲୀ ଗ୍ରାମର ବଳରାମ ଡାକୁଆଙ୍କ ଗୋଡ଼ ଦୁଇଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଅଟୋରେ ବସିଥିବା ଅରୁଣ ଏବଂ ଭାରତୀ ମଧ୍ୟ ଆହତ ହୋଇଥିଲେ I ଦୁର୍ଘଟଣା ପରେ କିଛି ସ୍ଥାନୀୟ ଲୋକ ଆହତ ମାନଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ସହାୟତାରେ ଚିକିତ୍ସା ପାଇଁ ଆସ୍କା ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ I ଘଟଣା ସମ୍ପର୍କରେ ଖବର ପାଇ ଗାଙ୍ଗପୁର ପୋଲିସ୍ ଗାଡ଼ି ଦୁଇଟିକୁ ଜବତ କରିବା ସହ ବୋଲେରୋ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାରୁ ବୋଲେରୋରେ ଥିବା କରୋନା ରୋଗୀ ଦୁଇଜଣଙ୍କୁ ଅନ୍ୟ ଏକ ଗାଡ଼ିରେ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ I ଦୁର୍ଘଟଣାର କାରଣ ବୋଲେରୋ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ବୋଲି ସ୍ଥାନୀୟ ପ୍ରତ୍ୟେକ୍ଷଦର୍ଶୀ ମାନେ କହୁଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ଅନୁସନ୍ଧାନ ଜାରି ରହିଥିବା କଥା ତଦନ୍ତକାରୀ ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ପ୍ରକାଶ କରିଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here