ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମରେ ବୋମାମାଡ; ବିଜେଡିନେତା ଆହତ, ଗାଡିଚାଳକ ଗୁରୁତର

0
593

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଗୁରୁବାର ସଂଧ୍ୟା ପ୍ରାୟ ଘ୭.୩୦ମି ରେ ଗଞ୍ଜାମ ସାନବଜାରରେ ବିଜେଡିନେତା ସୁଧୀର ପାଢୀ ଓ ତାଙ୍କ କାର ଚାଳକ ଗଣେଶ ବାରିକ୍ ଉପରେ ବୋମା ମାଡ଼ ହୋଇଛି । ସୂଚନା ଅନୁଯାୟୀ ସୁଧୀର ଓ ତାଙ୍କ ଡ୍ରାଇଭର ନିଜ ଟାଟା ସୁମୋ ଗାଡିରେ ସାନବଜାର ଛକରେ ବସିଥିବା ବେଳେ ହଠାତ ଗୋଟିଏ ମୋଟରସାଇକେଲରେ ତିନି ଜଣ ଯୁବକ ଆସି ସୁଧୀରଙ୍କୁ ଲକ୍ଷ କରି ବମ ଫିଙ୍ଗି ଫେରାର ହୋଇଯାଇଥିଲେ ।
ଫଳରେ ସୁଧୀର ଓ ଡ୍ରାଇଭର ଦୁହେଁ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଛତ୍ରପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ମେଡିକାଲକୁ ନେଇଥିଲେ । ଖବର ପାଇ ଗଞ୍ଜାମ ଥାନା ଅଧିକାରୀ ଶ୍ରୀ ସୁଦାମ ମଲ୍ଲିକ,ଏସପି ଶ୍ରୀ ବ୍ରିଜେଶ ରାୟ ଓ ଏସଡିପିଓ ଶ୍ରୀ ଉତ୍କଳ କେଶରୀ ଦାଶ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣା ପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here