ସାଂସଦ ଅପରାଜିତାଙ୍କ ଭର୍ଚୁଆଲ ମିଟିଂ

0
243

ବ୍ରହ୍ମପୁର ()ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ମୁଖପାତ୍ର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଗଞ୍ଜାମ ଜିଲ୍ଲାର ବିଜେପି କର୍ମକର୍ତ୍ତାଙ୍କ ସହ ଜୁମ ଆପ ସୋସିଆଲ ମିଡିଆରେ ଭର୍ଚୁଆଲ ମିଟିଂ କୋଭିଡସ୍ଥିତି ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ମିଟିଂରେ ବିଭିନ୍ନ ସଂଗଠନର ପ୍ରମୁଖ ବ୍ୟକ୍ତି ସାଙ୍ଗକୁ ବୁଦ୍ଧିଜୀବୀ, ବାର ଆସୋସିଏସନ, ବଣିଜ ସଂଘ, ଜିଲ୍ଲାର ବିଭିନ୍ନ ମହିଳା ସଂଗଠନର ଓ ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ଆଲୋଚନା କରିଥିଲେ । କୋଭିଡର କରାଳ ରୂପ ସମୟରେ ଗଞ୍ଜାମ ଜିଲ୍ଲାରେ ଲୋକଙ୍କର ସ୍ଥିତି ଓ ସେମାନଙ୍କ କଥା ଏବଂ ସରକାରଙ୍କ ବ୍ୟବସ୍ଥା ଉପରେ ମୁଖ୍ୟ ପ୍ରସଙ୍ଗ ରଖି ଆଲୋଚନା କରିଥିଲେ । ଏହି ସମୟରେ ଲୋକଙ୍କୁ କିପରି ସାହାଯ୍ୟ ଓ ସେମାନଙ୍କ ଅସୁବିଧା ଦୂର କରିପାରିବା ସେନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ବିଶେଷ କରି ମହିଳା ସଂଗଠନ ଆଜିତା, ଯୁବକ ମାନଙ୍କୁ ନେଇ ୟୁଥ ଫର ଆକ୍ସନ ଏବଂ ଜିଲ୍ଲାର ବିଭିନ୍ନ ସମସ୍ୟା ପ୍ରସଙ୍ଗ କରି କିପରି ସାଂଗଠନିକ ସ୍ଥିତିକୁ ସୁଦୃଢ କରି ହେବ ଆଲୋଚନା କରିଥିଲେ ।ଏହି ଭର୍ଚୁଆଲ ମିଟିଂରେ ପ୍ରାୟ ୨ ଶହରୁ ଉର୍ଦ୍ଧ ସାମିଲ ହୋଇ ନିଜ ନିଜ ମତବ୍ୟକ୍ତ କରି ସାଂସଦ ଅପରାଜିତା ଷଡଙ୍ଗିଙ୍କୁ ଜଣାଇଥିଲେ । ବିଜେପି ନେତା ଉମା ପ୍ରଧାନ, ଯୁବ ନେତା ଅମ୍ବିକା ପ୍ରସାଦ ପଣ୍ଡା, ବ୍ରିଗେଡିୟର ଅଭିମନ୍ୟୁ ରାଉତ, ଯୁବ ନେତା ତଥା ଆଇନଜୀବୀ ଦେବକାନ୍ତ ଶର୍ମା, ଶ୍ରୀନିବାସ ଭଞ୍ଜ, ଶ୍ବେତ ପ୍ରସାଦ ଦୋରା, ଶିବରାମ ପଣ୍ଡା, ମନୋଜ ନାହକ, ସୁଜାତା ବେହେରା, ସୁକାନ୍ତ ଦାଶ, ଅହଲ୍ୟା ଜେନା, ଅରୁଣ ପଣ୍ଡା, ରାମ ରଞ୍ଜନ ଶର୍ମା, ଜିତେନ୍ଦ୍ର ସାମଲ, ଡଃ ସାଗର ତ୍ରିପାଠୀ, ପ୍ରଦିପ ମିଶ୍ର, ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱରରୁ ନିକୁଞ୍ଜ ପଟ୍ଟନାୟକ, ଜୀବନ ସାହୁ, ମନ୍ମତ ମଲ୍ଲିକ, ନିଶିକାନ୍ତ ନାୟକ, ଦେବାଶିଷ ନାୟକ, ପ୍ରମୁଖ ଆଲୋଚନା ବେଳେ ମାର୍ଗଦର୍ଶନ ପ୍ରଦର୍ଶନ କରିବା ସହ ସଂଯୋଜନା କରିଥିଲେ l

LEAVE A REPLY

Please enter your comment!
Please enter your name here