ସ୍ୱାଦିଷ୍ଟ ଚା ଓ କଫି ପାଇଁ ଲୋକଙ୍କ ଲମ୍ବା ଲାଇନ୍, ନୂଆଗଡ ଛକ ଚର୍ଚ୍ଚାରେ

0
158

ବେଗୁନିଆପଡ଼ା: ଭୋର୍ ସମୟ ହେଉ କି ସନ୍ଧ୍ୟାରେ ହେଉ ଲୋକଙ୍କ ଲମ୍ବା ଲାଇନ୍ ଲାଗିଯାଏ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ ଛକରେ ଥିବା ଜଗନ୍ନାଥ ପାଢ଼ୀଙ୍କ ଚା ଓ କଫି ଷ୍ଟଲ୍ ରେ । ସ୍ୱାଦିଷ୍ଟ ଚା ଓ କଫି ପିଇବା ପାଇଁ ଲୋକ ଅନ୍ୟ ଗାଁ ରୁ ମଧ୍ୟ ଆସିଥାନ୍ତି । ରାତି ୮ ଟା ପର୍ଯ୍ୟନ୍ତ ଲୋକଙ୍କ ଗହଳି ଲାଗିଥିବା ବେଳେ ସକାଳ ୫ ଟା ରୁ ମଧ୍ୟ ଲୋକଙ୍କ ଗହଳି ଲାଗିଥାଏ । ଆଦର୍ଖ ଚା ସହିତ ଚାରେ ଗୋଲମରିଚ ଗୁଣ୍ଡ ସହ ଭାଗ ମାପ ଚା କୁ ସ୍ୱାଦିଷ୍ଟ କରିଥିବା କଥା ଜଗନ୍ନାଥ କହନ୍ତି । ଏହା ସହିତ ଲୋକଙ୍କ ଭଲ ପାଇବା ତାଙ୍କ ବ୍ୟବସାୟ କୁ ଆଗକୁ ବଢ଼ାଇବ ବୋଲି ସେ କହନ୍ତି ।

LEAVE A REPLY

Please enter your comment!
Please enter your name here