ଡୁମାକୁମ୍ପା ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ

0
300

ଭଞ୍ଜନଗର: ଡୁମାକୁମ୍ପା ଗ୍ରାମପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଏକ ବୈଠକ ଡୁମାକୁମ୍ପା ଗ୍ରାମ ପଞ୍ଚାୟତ ଅଫିସରେ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ସରପଞ୍ଚ କୁଞ୍ଜଲତା ପ୍ରଧାନ ଅଧ୍ଯକ୍ଷତା କରିଥିଲେ ା ଡୁମାକୁମ୍ପା ପି.ଇ.ଓ ରବୀନ୍ଦ୍ରନାଥ ପାଣିଗ୍ରାହୀ ,ସି.ଆର୍.ସି.ସି ତ୍ରିନାଥ ବେହେରା, ଅଙ୍ଗନୱାଡି ସୁପରଭାଇଜର ମଳୟମଞ୍ଜରୀ ମୁନୀ, ବିନୀତା ପ୍ରଧାନ ଙ୍କ ସମେତ ସମସ୍ତ ଅଙ୍ଗନୱାଡି କର୍ମୀ, ସହାୟିକା ଙ୍କ ସମେତ ସମସ୍ତ କମିଟି ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ ା ଏଥିରେ ଶିଶୁ ସୁରକ୍ଷା ସଂପର୍କିତ ବିଷୟ ବସ୍ତୁ ଆଲୋଚନା ସହ ନିର୍ଭୟା କଢ଼ି କାର୍ଯ୍ୟକ୍ରମ, ମୋ ଗେଲା ଝିଅ କାର୍ଯ୍ୟକ୍ରମ ଆଦି ବିଷୟରେ ଆଲୋଚନା କରାଯାଇଥିଲା ା ବାଲ୍ୟ ବିବାହ କୁ ରୋକିବା ସହ ପ୍ରାପ୍ତ ବୟସ୍କ ହେଲା ପରେ ହିଁ ଝିଅ ମାନଙ୍କ ବିବାହ କରିବା ଉପରେ ଆଲୋଚନା ସହ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶ ପ୍ରକାରେ ପ୍ରତିଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମରେ ପରିଣତ କରିବା ପାଇଁ ପିତାମାତା ମାନଙ୍କୁ ସଚେତନ କରାଯିବା କୁ ଗୁରୁତ୍ବ ଦେବା ପାଇଁ ମତ ପ୍ରକାଶ ପାଇଥିଲା ା ଏଥିପାଇଁ ଗ୍ରାମ ସ୍ତରରେ,ବିଦ୍ୟାଳୟ ସ୍ତରରେ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ କରିବା କୁ ବୈଠକରେ ମତ ପ୍ରକାଶ ପାଇଥିଲା ା ଶେଷରେ ଡୁମାକୁମ୍ପା ଅଙ୍ଗନୱାଡି କର୍ମୀ କ୍ଷୀରବ୍ଧୀ ତନୟା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here