ମହାସଂଘ ପକ୍ଷରୁ ବରିଷ୍ଠ କଳାକାର ଦିବସ ପାଳିତ

0
282

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ର) କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ସହିତ ଶିଳାପଦ୍ମ, ମଞ୍ଚଜ୍ୟୋତି, କଳା କେନ୍ଦ୍ର, ରାମ କୃଷ୍ଣ ସତସଙ୍ଗ ମଣ୍ଡଳୀ ଆଦି କେତେକ ସାଂସ୍କୃତିକ ପ୍ରତିଷ୍ଠାନର ସହଯୋଗ କ୍ରମେ ସ୍ଥାନୀୟ ବାଲାଜୀ ପେଣ୍ଠ ଗୌଡ଼ ସାହି ରାଧାକୃଷ୍ଣ ମନ୍ଦିର ପରିସରରେ ସରକାରଙ୍କ କୋଭିଡ୍ କଟକଣା ମାନିବା ଭିତରେ ବରିଷ୍ଠ କଳାକାର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ସତସଙ୍ଗ ମଣ୍ଡଳୀର ଅଧ୍ୟକ୍ଷ ବଳଦେବ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ମୁଖ୍ୟ ଅତିଥି, ବରିଷ୍ଠ ମଞ୍ଚ କଳାକାର ଶିବରାମ ସାବତ ମୁଖ୍ୟ ବକ୍ତା ଏବଂ ଗଜପତି ସେବା ଓ ସାଂସ୍କୃତିକ ସମିତି ସଭାପତି ନୀଳାମ୍ବର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହାସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ଜନ୍ମତିଥି ମଇ ଅଠର ତାରିଖକୁ ମହାସଂଘ ପକ୍ଷରୁ ବରିଷ୍ଠ କଳାକାର ଦିବସ ରୂପେ ପାଳନ ପରମ୍ପରାର ଅୟମାରମ୍ଭ କରିଥିବା ହେତୁ ସଂପୃକ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜ୍ଞାପନ ସହ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ ସମେତ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ । ଭିଡିଓ କନ୍ଫରେନ୍ସିଙ୍ଗ୍ ଯୋଗେ ଉମରକୋଟ ଭାରତୀ କଳା ନିକେତନ ରୁ ଅଧ୍ୟାପକ ଗୋପାଳ ମହାରଣା, ଉତ୍କଳିକା ତରଫେ ଡଃ ବିଜୟ ଚନ୍ଦ୍ର ମହାରଣା, ୱାରଲ୍ଡ ୱାଚ ସମ୍ପାଦକ ଦିଲ୍ଲୀପ ଦାସ, ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ଘୁମୁସର ସ୍ୱର ସଂଚାଳକ ଡଃ ବି. ପ୍ରକାଶ ଚନ୍ଦ୍ର ପାତ୍ର, ମହାସଂଘ ସଭାପତି ଡାକ୍ତର ତିରୁପତି ସାହୁ ପ୍ରମୁଖ ବହୁ ଅନୁଷ୍ଠାନ ମୁଖ୍ୟ ଜନ୍ମଦିନ ଶୁଭେଚ୍ଛା ସହ ବରିଷ୍ଠ କଳାକାର ଦିବସ ପାଳନ ଘେନି ସନ୍ତୋଷ ବ୍ୟକ୍ତ କରିଥିଲେ । ନିଜ ଜନ୍ମଦିନ ପାଳନ କାଳରେ କଳା ଏବଂ କଳାକାର ସମାଜର କଲ୍ୟାଣ ପ୍ରତି ମୋର ପ୍ରତିଟି ମୁହୂର୍ତ୍ତ ଉତ୍ସର୍ଗୀକୃତ ରହି ଆସିଛି ଓ ରହିବ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଫୁଲ୍ଲ ଚନ୍ଦ୍ର ନାୟକ, କୁନୁ ବେହେରା, ମହେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ବରିଷ୍ଠ କଣ୍ଠ ଶିଳ୍ପୀ ପ୍ରଦୀପ କୁମାର ସାହୁ ପରିଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here