ବଣିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

0
274

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଏକ ଗ୍ରାମ ପଞ୍ଚାୟତ ହୋଇଥିଲେ ମଧ୍ୟ ଏହାର ଆଖପାଖ ପ୍ରାୟ ପଚାଶ ଖଣ୍ଡ ଗ୍ରାମର ଜନସାଧାରଣ ବ୍ୟବସାୟ ପାଇଁ ବାଲିପଦର ବଜାର ଉପରେ ନିର୍ଭର କରିଥାନ୍ତି । ସହର ଭଳି ବାଲିପଦର ବଜାର ଗହଳି ହେଉଥିବା ଯୋଗୁଁ ବିଗତ ଦିନମାନଙ୍କରେ କରୋନା ପ୍ରଭାବିତ ହୋଇ ବାଲିପଦର ଗ୍ରାମବାସୀ ଓ ବ୍ୟବସାୟୀମାନେ ଭୟ ଓ ଆଶଙ୍କାରେ ଥିଲେ। ମାତ୍ର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଦୃଢ଼ ପଦକ୍ଷେପ ଓ ଦକ୍ଷ କୋଭିଡ ପରିଚାଳନା ଯୋଗୁଁ ବାଲିପଦର ସମେତ ସମଗ୍ର ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣ ଆୟତାଧିନ ହୋଇ ସମଗ୍ର ଓଡିଶା ପାଇଁ ଉଦାହରଣ ସୃଷ୍ଟି କରିପାରିଛି । ଡିସେମ୍ବର ୨୮ ତାରିଖ ଦିନ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ବୁଗୁଡା ଗସ୍ତ ସମୟରେ ବାଲିପଦର ବଣିକ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି ।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବଣିକ ସଙ୍ଘର ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ, ନାରାୟଣ ସାମନ୍ତରା, ଉମାଶଙ୍କର ନାୟକ, ଜି.ମନୋଜ ପାତ୍ର ଓ ଘୁମୁସର ର ସ୍ୱର ସଭାପତି ଡଃ.ବି.ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here