ଗ୍ରନ୍ଥାଗାର ରକ୍ଷକ ମକରା ଗୌଡ଼ଙ୍କ ଦେହାନ୍ତ

0
334

ବୁଗୁଡା (ନ୍ୟୁଜଏକ୍ସଟ୍ରା) ବୁଗୁଡା ପିପୁଲସ କଲେଜ ଲାଇବ୍ରେରୀଆନ ମକରା ଗୌଡ଼ଙ୍କ ବ୍ରହ୍ମପୁର କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମଇ ୧୭ ତାରିଖ ଦିନ ୫୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଚାରିଦିନ ପୂର୍ବେ ମକରା ଗୌଡ଼ଙ୍କ ପଜିଟିଭି ଚିହ୍ନଟ ପରେ ବ୍ରହ୍ମପୁର କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ସୁସ୍ଥ ଥିବା ଖବର ଆସିବ ପରେ ସମସ୍ତେ ଆଶ୍ୱସ୍ତ ଲାଭ କରିଥିଲେ। ହେଲେ ଆଜି ଖବର ଆସିଲାଯେ ସେ ଆଉ ନାହାନ୍ତି। ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି। ସ୍ୱର୍ଗତ ମକରା ଗୌଡ଼ଙ୍କ ପୈତୃକ ଗ୍ରାମ ବୁଗୁଡା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ହୋଇଥିବା ବେଳେ ବୁଗୁଡା ପିପୁଲସ କଲେଜରେ ଗ୍ରନ୍ଥାଗାର ରକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ଗୌଡ଼ଙ୍କ ବିୟୋଗରେ ପିପୁଲସ କଲେଜ ସମେତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here