ଉପଜିଲ୍ଲାପାଳ ଶୁଭାରମ୍ଭ କଲେ “ରାଜସ୍ୱ ରଥ”, ଏଣିକି ଘରେ ପହଞ୍ଚିବ ସମସ୍ତ ରାଜସ୍ୱ ଦଲିଲ

0
262

ବୁଗୁଡା (ନ୍ୟୁଜଏକ୍ସଟ୍ରା) ଓଡିଶା ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଗ୍ରହଣ କରିଛନ୍ତି ଯୁଗାନ୍ତକାରୀ ପଦକ୍ଷେପ। ପ୍ରଥମେ ଆରମ୍ଭ ହେଲା ” ମୋ ଗାଁ ରେ ତହସିଲ”। ଲୋକମାନେ ଆଉ ତହସିଲ ଅଫିସକୁ ଧାଇଁବାକୁ ପଡିଲା ନାହିଁ। ଲୋକମାନେ ନିଜ ପାଞ୍ଚାୟତରେ ଆବଶ୍ୟକ ବିଷୟରେ ଆବେଦନ କରୁଥିଲେ ଓ ସେଠାରୁ ଆବଶ୍ୟକ ଦଲିଲ ପାଉଥିଲେ। ବର୍ତ୍ତମାନ ରାଜସ୍ୱ ବିଭାଗ ଆଉପାଦେ ଆଗକୁ ଯାଇ ନିଜ ଗ୍ରାମରେ ବା ଘର ପାଖରେ ଆବଶ୍ୟକ ବିଷୟ ପାଇଁ ଆବେଦନ କରିବେ ଓ ଆଉ “ରାଜସ୍ୱ ରଥ” ରେ ରାଜସ୍ୱ ବିଭାଗ କର୍ମଚାରୀ ଆସି ଆବଶ୍ୟକ ଦଲିଲ ଘରେ ଦେଇକରି ଯିବେ। ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ମଇ ୧୮ ତାରିଖ ଦିନ ବୁଗୁଡା ତହସିଲରେ ଏହି “ରାଜସ୍ୱ ରଥ”ର ଶୁଭାରମ୍ଭ କରିଛନ୍ତି । ଆଜିର ପ୍ରଥମ କାର୍ଯ୍ୟକ୍ରମରେ ବୁଗୁଡା ସହରର ୨୦ ଜଣଙ୍କୁ ପଟ୍ଟା, ୧୦ ଜଣଙ୍କୁ ବିବିଧ ଦାୟାଦ ପ୍ରମାଣ ପତ୍ର, ୧୫ ଜଣଙ୍କୁ ବିଭିନ୍ନ ପ୍ରମାଣ ପତ୍ର ପ୍ରଦାନ ସହ ଆବେଦନ ପତ୍ର ମଧ୍ୟ ଗ୍ରହଣ କରାଯାଇଥିଲା। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳଙ୍କ ସହ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବିଡ଼ିଓ ତନ୍ମୟ ପାତ୍ର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ଓ ବିଭାଗୀୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here