“ମୋ ହିଞ୍ଜିଳି ଅଭିଯାନ” ,ହିଞ୍ଜିଳିକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ସଚେତନତା

0
668

ହିଞ୍ଜିଳିକାଟୁ,୧୪ /୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ ): ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ତରଫରୁ ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ଘର ରୁ ଘର ଆବର୍ଜନା ସଂଗ୍ରହ ଏବଂ ପୃଥକୀ କାରଣ କାର୍ଯ୍ୟକ୍ରମ “ମୋ ହିଞ୍ଜିଳିକାଟୁ” ଅନୁଷ୍ଠିତ ହୋଇଯାଇଛି |
ଏହି କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଳାଙ୍ଗ ହିଞ୍ଜିଳିକାଟୁର ୫ନମ୍ବର ୱାର୍ଡ,ଭେଣ୍ଡିଙ୍ଗ ଜୋନ ବୁଲି ବୁଲି ସହରକୁ ସ୍ୱଚ୍ଛ ଏବଂ ସୁନ୍ଦର ରଖିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇଥିଲେ |
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀ,ତହସିଲଦାର ଶ୍ରୀ ଗୋପୀନାଥ କୁଆଁର,ବିଡିଓ ଶ୍ରୀ ପ୍ରସନ କୁମାର ପାତ୍ର,କାର୍ଯ୍ୟନିଵାହୀ ଅଧିକାରୀ ଶ୍ରୀ ଅଶୋକ ପଣ୍ଡା,ପୁରାତନ ଚେୟାରମେନ ଶ୍ରୀ ପବିତ୍ରମୋହନ ପାଣିଗ୍ରାହୀ,ଶ୍ରୀ ଯୁଧିଷ୍ଠିର ସ୍ୱାଇଁ,ଶ୍ରୀ ଭୀମସେନ ବେହେରା,ଶ୍ରୀ ଶିବରାମ ଗୌଡ଼,ନଗର ନିଗମ କର୍ମଚାରୀ,ଡିଷ୍କବର ହିଞ୍ଜିଳିକାଟୁ,ତ୍ରିରଙ୍ଗା ଯୁବକ ସଂଘ ସଦସ୍ୟ,ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here