କୋରନା ଭୟରେ ମୃତ୍ୟୁ ପରେ ବୃଦ୍ଧାଙ୍କୁ ମିଳିଲାନି ଚାରିକାନ୍ଧ ; ସରପଞ୍ଚ କଲେ ଶେଷକୃତ୍ୟ

0
518

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା)- କୋରନା ମହାମାରୀର ଭୟାବହ ବର୍ତ୍ତମାନ ଏମିତି ହୋଇଛି ଯେ କୋଭିଡ କିମ୍ବା କୋଭିଡ ସନ୍ଦିଗ୍ଧ ଙ୍କ ମୃତ୍ୟୁ ଘଟିବା ପରେ ନିଜ ଆତ୍ମୀୟ ସଜନ ମଧ୍ୟ ଶବ ନେବାକୁ ମନା କରିଦେଉଛନ୍ତି ଆଉ କିଛି ସ୍ଥାନରେ ସଂକ୍ରମଣ ଭୟରେ ମୃତ୍ୟୁ ପରେ ଶବ କୁ ଚାରି କାନ୍ଧ ମଧ୍ୟ ମିଳୁନାହିଁ। ଫଳରେ ଶବ ଘଣ୍ଟା ଘଣ୍ଟା ଧରି ପଡି ରହୁଛି। ଗଞ୍ଜାମ ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମରେ ଦେଖିବାକୁ ମିଳିଛି ଏମିତି ଏକ ଅଭାବନୀୟ ଦୃଶ୍ୟ । ଗ୍ରାମର ଜଣେ ୬୦ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁପରେ ଶେଷକୃତ୍ୟ କରିବାକୁ ଚାରିକାନ୍ଧ ମିଳିନଥିବା ବେଳେ ସାହି ପଡ଼ିଶା ମଧ୍ୟ କେହି ଶବକୁ ନ ଛୁଇଁନଥିଲେ। ପାଞ୍ଚ ଘଣ୍ଟା ଧରି ଘରେ ମୃତଦେହ ପଡି ରହିବା ପରେ ଖବର ପାଇ ସ୍ଥାନୀୟ ମୁଜାଗଡ଼ ଯୁବ ସରପଞ୍ଚ ଶିବ ଶଙ୍କର ପ୍ରଧାନ ଓ ତାଙ୍କ ସହଯୋଗୀ ମାନେ ମିଶି ପିପିଇ କୀଟ ପିନ୍ଧି ଗ୍ରାମର ଶେଷ ଭାଗ ରେ ଥିବା ସ୍ବାଶନ ରେ ଶବ ସତ୍କାର କରିଥିଲେ। ।ସୂଚନା ମୁତାବକ ମୁଜାଗଡ଼ ଗ୍ରାମର ଶଶୀ ପ୍ରଧାନ ଏକୁଟିଆ ଘରେ ରହୁଥିଲେ।ତିନିଦିନ ପୂର୍ବରୁ ତାଙ୍କୁ ଜ୍ୱର ହେବାରୁ ଭଞ୍ଜନଗର କୋଭିଡ କେୟାର ସେଣ୍ଟରରେ ଭର୍ତି କରାଯାଇଥିଲା।ହେଲେ ରବିବାର ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଥିବାରୁ କର୍ମଚାରୀ ମାନେ ମହାପ୍ରୟାଣ ଗାଡି ଯୋଗେ ଶବକୁ ଆଣି ଘରେ ରଖି ଚାଲି ଯାଇଥିଲେ।କରୋନା ଭୟରେ ଶବଦାହ କରିବାକୁ ସାହି ପଡୋଶୀ କେହି ଆସିନଥିଲେ।ଶେଷରେ ସରପଞ୍ଚ ଖବର ପାଇବାପରେ ତାଙ୍କ ସହଯୋଗୀ ମାନଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ଭୟଦୂର କରିବାପାଇଁ ପିପିଇ କିଟ ପିନ୍ଧି ଶବକୁ ଘରୁ ବାହାର କରି ସ୍ମଶାନ ନେଇ ଯାଇଥିଲେ।ସେଠାରେ ଶେଷକୃତ୍ୟ ସମ୍ପର୍ଣ୍ଣ କରିଥିଲେ । ଏ ନେଇ ସରପଞ୍ଚ ଶିବ ଶଙ୍କର ପ୍ରଧାନ କହିଛନ୍ତି ସାଧାରଣ ରୋଗରେ ମୃତ୍ୟୁ ବରଣ କଲେ ମଧ୍ୟ କୋରନା ଭୟରେ ଲୋକ ଶବର ପାଖ ମାଡୁନଥିବା ବେଳେ ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ସେ ଖବର ପାଇ ତାଙ୍କ ଦୁଇ ଜଣ ସହଯୋଗୀଙ୍କୁ ନେଇ ଶବ ସତ୍କାର କରିଥିଲେ। କରୋନା ସନ୍ଦେହରେ ସାହି ପଡିଶା ଶବ ପାଖକୁ ନ ଯାଇଥିବା ବେଳେ ଖୋଦ ଯୁବ ସରପଞ୍ଚ ଯେଉଁ ଭଳି ଭାବେ ମାନବିକତା ର ପରିଚୟ ଦେଇଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସା ଯୋଗ୍ୟ। ଯୁବ ସରପଞ୍ଚ ଙ୍କ ଏହି ଭଳି ମଣିଷ ପଣିଆ ଦେଖି ଅଂଚଳ ବାସି ଭୁରି ଭୁରି ପ୍ରଶଂସା କରିଛନ୍ତି ।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here