ଗଞ୍ଜାମ ଜିଲ୍ଲା କଂଗ୍ରେସର ଜିଲ୍ଲାକମିଟି ଓ ବ୍ଲକସଭାପତି ଚୟନ ବୈଠକ

0
505

ଆସିକା(ଜଗନ ପଣ୍ଡା) ବହୁଦିନ ଧରି ଗଞ୍ଜାମ ଜିଲ୍ଲା କଂଗ୍ରେସ ନିରବି ଯାଇଥିବା ବେଳେ ନୂତନ କରି ସାନଖେମୁଣ୍ଡି କଂଗ୍ରେସ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭାବେ ଗଞ୍ଜାମ ଜିଲ୍ଲା କଂଗ୍ରେସର ଦାୟିତ୍ୱ ଗ୍ରହଣ କରିଛନ୍ତି l ଏହା ପରେ ସେ ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ଦଳକୁ ସୁଦୁଢ କରିବା ପାଇଁ, ଜିଲ୍ଲାରେ ଜିଲ୍ଲା ସ୍ତରୀୟ କମିଟି ଓ ବ୍ଲକ ସ୍ତରୀୟ ସଭାପତି ଚୟନ ପାଇଁ ବିଭିନ୍ନ ଅଂଚଳ ଗସ୍ତ କରିଛନ୍ତି l ଆଜି ଆସିକାରେ ବ୍ଲକସ୍ତରୀୟ ସଭାପତି ଓ ଆସିକା ନଗର ସଭାପତି ଚୟନ ପାଇଁ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ଉପସ୍ଥିତିରେ ଆସିକା ଚିନିଶିଳ୍ପ ବିଶ୍ରାମ ଭବନଠାରେ କଂଗ୍ରେସର ଏକ କାର୍ଯ୍ୟକାରିଣୀ ବୈଠକ ଡକାଯାଇଥିଲା ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସାଂସଦ ସପ୍ତଗିରି ଉଲକା , କଂଗ୍ରେସ ଜିଲ୍ଲା କାର୍ଯ୍ୟକାରିଣୀ ସଭାନେତ୍ରୀ ସ୍ୱରୂପା ରାଣୀ ତ୍ରିପାଠୀଙ୍କ ସହ ବହୁ କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ l ଆଗାମୀ ଦୁଇହଜାର ଚବିଶି ନିର୍ବାଚନ ବେଳକୁ ଗଞ୍ଜାମ ଜିଲ୍ଲା କଂଗ୍ରେସକୁ କିଭଳି ସୁଦୁଢ କରାଯିବ ସେନେଇ ବୈଠକରେ ଆଲୋଚନା କରା ଯାଇଥିଲା l ଏହି ବୈଠକରେ ଆସିକା କଂଗ୍ରେସ ବ୍ଲକ ସଭାପତି ଭାବେ ଶ୍ରୀ ସୁଶାନ୍ତ କୁମାର ରାଉତଙ୍କୁ ଚୟନ କରାଯାଇଥିବା ବେଳେ ନୂତନ ଭାବେ ବିଜେଡିରୁ ଆସି କଂଗ୍ରେସରେ ଯୋଗଦେଲା ପରେ ଶ୍ରୀ ସରୋଜ କୁମାର ସାହୁଙ୍କୁ ଆସିକା କଂଗ୍ରେସ ନଗର ସଭାପତି ଭାବେ କଂଗ୍ରେସର ଦାୟିତ୍ୱ ଦିଆଯାଇଛି l

LEAVE A REPLY

Please enter your comment!
Please enter your name here