କୋଡ଼ିଙ୍ଗା ସରପଞ୍ଚ ଘରଘର ବୁଲି ବାଣ୍ଟିଲେ ଭତ୍ତା ଟଙ୍କା

0
469

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ସରପଞ୍ଚ ଡମାଇ ଭତରା ଶନିବାର କୋଡ଼ିଙ୍ଗା ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ ଯାଇ ଘରଘର ବୁଲି ଭତ୍ତା ଟଙ୍କା ବଣ୍ଟନ କରିଥିବା ଦେଖିବାକୁ ମିଳିଛି । ସରପଞ୍ଚ ଡମାଇ ଭତରା କୋଡ଼ିଙ୍ଗା ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ ନିଜେ ଯାଇ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବଣ୍ଟନ କରିଛନ୍ତି । ବର୍ତ୍ତମାନ ମହାମାରୀ କୋରନା ଚାରିଆଡେ ବ୍ୟାପୁଥିବା ବେଳେ ରାଜ୍ୟ ସରକାର ଆସନ୍ତା ୧୯ ତାରିଖ ଯାଏଁ ଲୋକଡାଉନ ଘୋଷଣା କରିଛନ୍ତି । ସେହିପରି ପଞ୍ଚାୟତ କାର୍ଯ୍ୟାଳୟ ରେ ଗହଳି ନକରି ହିତାଧିକାରୀଙ୍କ ପାଖକୁ ଯାଇ ଭତ୍ତା ଟଙ୍କା ପ୍ରଦାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି କୋଡ଼ିଙ୍ଗା ସରପଞ୍ଚ କୋଡ଼ିଙ୍ଗା ପଞ୍ଚାୟତ ର ବିଭିନ୍ନ ଗ୍ରାମ ଓ ୱାର୍ଡ କୁ ନିଜେ ଓ ତାଙ୍କ ସହକର୍ମୀ ଙ୍କ ସହ ଯାଇ ଭତ୍ତା ଟଙ୍କା ପ୍ରଦାନ କରିଥିବା ଜଣାପଡିଛି । ସରପଞ୍ଚ ଙ୍କ ଏଭଳି ଜନହିତ କାର୍ଯ୍ୟ କୁ ସବୁ ମୋହଲରେ ପ୍ରଶଂସା କରାଯାଇଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here