ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ

0
462

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ବେଲଗୁଣ୍ଠା ଥାନା ଅନ୍ତର୍ଗତ ବ୍ରଜଗଡ଼ ଗ୍ରାମରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାରରେ ଲାଗି ନାରାୟଣ ନାୟକ(୩୫) ନାମକ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ନାରାୟଣ ଆଜି ଭୋର ସକାଳ ସମୟରେ ଗ୍ରାମ ଆମ୍ବତୋଟା କୁ ଆମ୍ବଗୋଟାଇବା ପାଇଁ ଯାଇଥିବା ବେଳେ ଉକ୍ତ ତୋଟାରେ କେହି ଦୁର୍ବୃତ୍ତ ବନ୍ୟଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଲାଗି ଯାଇଥିଲେ। କିଛି ସମୟ ପରେ ସେ ଘରକୁ ନଫେରିବାରୁ ଗ୍ରାମବାସୀ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ଖବର ପାଇ ପୁଲିସ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here