କଞ୍ଚଣା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

0
786

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା) ପୁଣି କରୋନା ନେଇଗଲା ଆଉ ଜଣେ ଶିକ୍ଷୟିତ୍ରୀଙ୍କ ଜୀବନ। ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଖଲ୍ଲିକୋଟ ବ୍ଲକର କଞ୍ଚଣା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ସଂସ୍କୃତ ଶିକ୍ଷୟିତ୍ରୀ ଆରତୀ ସିଂ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ଗତ ୨୫ ତାରିଖରୁ ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିଲେ। ତାଙ୍କ ଅମ୍ଳଜାନ ସ୍ତର ଦ୍ରୁତ ଗତିରେ ହ୍ରାସ ପାଇବା ପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖା ଯାଇଥିଲା। କିନ୍ତୁ ଗତକାଲି ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ନିକଟରେ ୬ ବର୍ଷ ପରେ ନିୟମିତ ଶିକ୍ଷୟିତ୍ରୀର ମାନ୍ୟତା ପାଇଥିଲେ। ଜଣେ ମିଷ୍ଟଭାଷୀ ଓ ଛାତ୍ରଛାତ୍ରୀ ବତ୍ସଳ ଶିକ୍ଷୟିତ୍ରୀ ଭାବେ ସେ ସମସ୍ତଙ୍କର ଆଦୃତ ହୋଇଥିଲେ। ତାଙ୍କ ଘର ନୟାଗଡ ଜିଲ୍ଲା ରଣପୁର ହୋଇଥିବା ବେଳେ ସେ ଖଲ୍ଲିକୋଟ ଠାରେ ଭଡା ଘରେ ରହିଆସୁଥିଲେ। ତାଙ୍କ ମୃତ୍ୟୁରେ ତାଙ୍କ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଙ୍କ ମହଲରେ ଗଭୀର ଦୁଃଖ ପ୍ରକାଶ କରାଯିବା ସହ ଖଲ୍ଲିକୋଟ ବ୍ଲକ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି।ତାଙ୍କ ଅମର ଆତ୍ମାର ସଦଗତି ପାଇଁ ସମସ୍ତେ ପ୍ରାର୍ଥନା କରିଛନ୍ତି। ତାହା ସହ କଞ୍ଚଣା ଗ୍ରାମରେ ମଧ୍ୟ ଗ୍ରାମବାସୀ ଓ ଅଭିଭାବକ ମହଲରେ ଶୋକ ପ୍ରକାଶ ପାଇଛି।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here