ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଖାପଚାରେ ପଡିଲେ ଭଞ୍ଜନଗର ଡାକ୍ତରଖାନା ଅଧ୍ୟକ୍ଷ

0
596

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଡାକ୍ତରଖାନା ଅଧ୍ୟକ୍ଷ ଡ.ପୀତାମ୍ବର ଦାସଙ୍କୁ ଭିଜିଲାନ୍ସ ଟିମ ଲାଞ୍ଚ ନେଉଥିବାବେଳେ ଗିରଫ କରିଛି ।. ସୂଚନା ଅନୁସାରେ ତାରାସିଂ ଥାନା କଳିଙ୍ଗପଦର ପଞ୍ଚାୟତ ପଟାଙ୍ଗି ଗ୍ରାମର ଭାନୁମତି ବାରିକଙ୍କ ସ୍ୱାମୀ ଶଶୀ ବାରିକଙ୍କ ହାର୍ଣ୍ଣିଆ ଅପରେଶନ ନିମନ୍ତେ ଡା.ପୀତାମ୍ବର ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଭାନୁମତି ବ୍ରହ୍ମପୁର ଭିଜିଲାନ୍ସ ଏସପି ଶ୍ରୀ ମାୟାଧର ସ୍ୱାଇଁଙ୍କୁ ଜଣାଇବା ପରେ ତାଙ୍କ ଟିମ ମେଡିକାଲରେ ଛପି ରହିଥିଲା । ପୀତାମ୍ବର ଟଙ୍କା ନେଇ ପକେଟରେ ରଖୁଥିବାବେଳେ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲେ । ଅଧିକ ତଦନ୍ତ ପାଇଁ ତାଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯିବା ସହ ମାଲ ସାହିରେ ଓ ଭୁବନେଶ୍ୱର ଥିବା ତାଙ୍କ ବାସଭବନ ଉପରେ ମଧ୍ୟ ଚଢ଼ାଉ କରାଯାଇଛି ।

LEAVE A REPLY

Please enter your comment!
Please enter your name here