ନକଲି ଗୁଟଖା ଫ୍ୟାକ୍ଟେରି ପରେ ନକଲି ସସ୍ ଓ ପାଣି ଫ୍ୟାକ୍ଟେରି ଠାବ

0
283

ବ୍ରହ୍ମପୁର(ପ୍ରଣୟ ପଣ୍ଡା) ବ୍ରହ୍ମପୁର ଅତିରକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଖାଦ୍ୟ ସାମଗ୍ରୀର ଅପମିଶ୍ରଣ ଅନୁସନ୍ଧାନରେ ବଡ ବଜାର ପୋଲିସ କାର୍ଯ୍ୟକ୍ରମ ଚାଲୁ ରଖିଥିବା ବେଳେ ଜାନୁଆରୀ ୨୩ ତାରିଖରେ ଏକ ନକଲି ଗୁଟଖା ଫ୍ୟାକ୍ଟେରି ଠାବ କରିଥିବା ବେଳେ ଜାନୁଆରୀ ୨୪ ତାରିଖ ଦିନ ଏକ ନକଲି ସସ ଓ ଏକ ନକଲି ପାଣି ଫ୍ୟାକ୍ଟେରି ଠାବ କରିଥିବା ଜଣାପଡିଛି। ଟାଉନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତି ଓ ବଡ଼ ବଜାର ଥାନା ଆରକ୍ଷୀ ନିରୀକ୍ଷକ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ୱରେ ବଡ ବଜାର ଥାନା ପୋଲିସ ବାହିନୀ ଶନିବାର ଅପରାହ୍ନରେ ବ୍ରହ୍ମପୁର ଫାଷ୍ଟ ଗେଟ ନିକଟସ୍ଥ ବାଲ୍ୟ ଠାକୁରାଣୀ ମନ୍ଦିର ସାହିର ଏକ ତିନି ମହଲା କୋଠାରେ ନକଲି ଗୁଟଖା ଫ୍ୟାକ୍ଟେରି ଠାବ କରି ବଡ ବଜାର ଥାନା କେସ ନଂ ୧୯/୨୧ ପ୍ରକାରେ ଏକ ମାମଲା ରୁଜୁ କରିଥିବା ବେଳେ ୨୪ ତାରିଖ ପୁଣି ଦୁଇଟି ମାମଲା ୨୦/୨୧ ଓ ୨୧/୨୧ ରୁଜୁ ହୋଇଛି। ସେହି ବଡ ବଜାର ଥାନା ଇଲାକାରେ ଗଣପତି ନଗର ପ୍ରଥମ ଗଳିରେ ରୀନା ପଣ୍ଡା ନାମରେ ଜଣେ ମହିଳା ନକଲି ଟମାଟ / ଚିଲି / ସୋୟ ସସ୍ ବିଭିନ୍ନ ନାମିଦାମୀ କଂପାନୀର ଲେବଲ ଲଗାଇ ବିକ୍ରୀ କରୁଥିଲେ। ପୋଲିସ ୨୩୧୬ ବୋତଲ ନିମ୍ନ ମାନର ଟମାଟ, ଚିଲି ଓ ସୋୟା ସସ୍ ସମେତ ବଡ ଷ୍ଟୋଭ, ଗ୍ରାଇଣ୍ଡର, ଖାଲି ବୋତଲ, ଲେବଲ ପ୍ରଭୃତି ଜବତ କରିବା ସହ ଘରକୁ ସିଲ କରି କେସ ନଂ ୨୦/୨୧ ପ୍ରକାରେ ଏକ ମାମଲା ରୁଜୁ କରାଯାଇଛି। ସେହିପରି ଲକ୍ଷ୍ମୀ ବିହାର ଦ୍ଵିତୀୟଗଳିରେ ଏସ.ରାକେଶ ପାତ୍ରଙ୍କ ଘରେ ଏକ ନକଲି ପାଣି ଫ୍ୟାକ୍ଟେରିକୁ ଠାବ କରିଛି ବଡ ବଜାର ଥାନା ପୋଲିସ। ସେହି ଘରୁ ନାମିଦାମୀ କମ୍ପାନୀ ଲେବଲ ଲାଗିଥିବା ୧୭୦୦ ପାଣି ବୋତଲ ସହ କୌଣସି ଲେବଲ ଲାଗି ନଥିବ ୭୦୦ ପାଣି ବୋତଲ ସହ ବହୁ ସଂଖ୍ୟାରେ ଠିପି, ଲେବଲ , ପାଲିଥିନି ବ୍ୟାଣ୍ଡଲ, ୨୦ ଟି ବଡ଼ ବସ୍ତାରେ ଖାଳି ବୋତଲ ପ୍ରଭୃତି ଜବତ କରିବା ସହ ବଡ଼ ବଜାର ଥାନା କେଶ ନଂ ୨୧/୨୧ ପ୍ରକାରେ ଏକ ମାମଲା ରୁଜୁ କରାଯାଇଛି। ବଡ ବଜାର ଥାନା ଇଲାକାରେ ଦୁଇ ଦିନରେ ତିନି ଗୋଟି ନକଲି ଫ୍ୟାକ୍ଟେରି ଠାବ କରିଥିବା ବେଳେ ଆହୁରି ଅନେକ ନକଲି ଫ୍ୟାକ୍ଟେରି ଥିବା ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here