ବୁଗୁଡା ଶାଖା ପ୍ଲାମ୍ବର୍ସ ଆସୋସିଏସନ ର କର୍ମକର୍ତ୍ତା ନିର୍ବାଚନ

0
244

ବୁଗୁଡା : ଗଞ୍ଜାମ ଜିଲ୍ଲା ପ୍ଳାମ୍ବର୍ସ ଆସୋସିଏସନ ବୁଗୁଡା ଶାଖାର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଶାଖା ପ୍ଲାମ୍ବର୍ସ ଆସୋସିଏସନ ର କାର୍ଯ୍ଯାଳୟରେ ଶିବ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଆୟବ୍ୟୟର ହିସାବ ଆଲୋଚନା ହୋଇ ଗୃହୀତ ହୋଇଥିଲା। ଏହାପରେ ନୂତନ କର୍ମକର୍ତ୍ତା ନିର୍ବାଚନ ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସର୍ବସମ୍ମତିକ୍ରମେ କୃଷ୍ଣଚନ୍ଦ୍ର ଦାଶ(ସଭାପତି), ହୃଷିକେଶ ସାହୁ(ଉପସଭାପତି), ଚିତ୍ତରଞ୍ଜନ ନାୟକ(ସମ୍ପାଦକ), ମହେଶ୍ଵର ଗୌଡ(ସହ ସମ୍ପାଦକ) ଓ ସଞ୍ଜିବ କୁମାର ଦାଶ(କୋଷାଧ୍ୟକ୍ଷ) ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶିବରାମ ନାୟକ, ଡି.ସନ୍ତୋଷ କୁମାର ଦୋରା, ଶିବଶଙ୍କର ଗୌଡ, ଡମ୍ବରୁ ଧର ସାହୁ, କୃଷ୍ଣଚନ୍ଦ୍ର ଦାଶ(ଖ), ପ୍ରଶାନ୍ତ କୁମାର ଦାଶ(କ), ନାରାୟଣ ଡାକୁଆ, ଭିକାରୀ ଚରଣ ନାୟକ, ମନୋଜ କୁମାର ଦାଶ ଓ ପ୍ରଶାନ୍ତ କୁମାର ଦାଶ(ଖ) ପ୍ରମୁଖ ଏକବର୍ଷ ପାଇଁ ନିର୍ବାଚିତ ହୋଇଥିଲେ। ନବନିର୍ବାଚିତ କର୍ମକର୍ତ୍ତା ବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here