କୂଅରୁ ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର

0
340

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଗଂଜାମ ବେଲଗୁଣ୍ଠା ଥାନା ଅନ୍ତର୍ଗତ ମାଟିଆସାହି ଗ୍ରାମରେ ଜଣେ 22 ବର୍ଷିଆ ଯୁବକ ସଞ୍ଜୟ ପ୍ରଧାନ ଗାଁ ବାଡିପଟ ଏକ ପଥର କୂଅରେ ଗଳି ପଡିଥିବା ଖବର ପାଇ ବେଲଗୁଣ୍ଠା ଅଗ୍ନିଶମ ବିଭାଗ ପଂହଂଚି ଯୁବକକୁ ଉଦ୍ଧାର କରିଥିଲେ । ଉଦ୍ଧାର ଯୁବକ ଜଣକ ଦୀର୍ଘସମୟ ପାଣି ଭିତରେ ରହି ଶରୀର ଥଣ୍ଡା ପଡିଯାଇଥିବା ବେଳେ ନିଆଁ ଜଳାଇ ତାଂକୁ ସେକିବା ପରେ ସେ ସ୍ୱାଭିବିକ ଅବସ୍ଥାକୁ ଫେରିଥିଲେ । ଅତ୍ୟଧିକ ନିଶା ପାନ କରି ସେ କୂଅରେ ପଡିଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗାଁ ରେ ଲକଡାଉନ ସମୟରେ ମାଦକ ଦ୍ରବ୍ୟ କାରବାର ଅତ୍ୟଧିକ ବୃଦ୍ଧି କାରଣରୁ ଯୁବକ ମାନେ ପଥଭ୍ରଷ୍ଟ ହେଉଥିବା କାରଣରୁ ଏଭଳି କାଣ୍ଡ ଘଟୁଥିବା ପ୍ରକାଶ କରିବା ସହ ଅସନ୍ତୋଷ ପ୍ରକାଶ ପାଇଛି ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here