କୋଟିନଡ଼ାରେ ମେଗା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ

0
340

ଗଞ୍ଜାମ:ଗ୍ରାମ୍ଯ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଆନୁକୂଲ୍ୟରେ ପ୍ରତ୍ୟେକ ଘରକୁ ଘର କିପରି ପାନୀୟ ଜଳ ସୁବିଧାରେ ଯୋଗାଇ ଦିଆଯାଇପାରିବ ତାହାକୁ ନେଇ ଶୁକ୍ରବାର ଦିନ ଦିଗପହଣ୍ଡି ବ୍ଳକ କୋଟିନଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ମେଗା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ ହୋଇଯାଇଛି । ପୂର୍ବତନ ସରପଞ୍ଚ ଉମା ବିଷୋୟୀଙ୍କ ସଂଯୋଜନାରେ ଦିଗପହଣ୍ଡି ବ୍ଳକ ଉନ୍ନୟନ ଅଧିକାରୀ ଡ . ଚିତ୍ତରଞ୍ଜନ ଦାସ ଅତିଥି ଭାବେ ଯୋଗଦେଇ ଶୁଭ ଦେଇଥିଲେ । ଏଥିସହ ମେଗା ପ୍ରକଳ୍ପ କର୍ମକର୍ତ୍ତା ଗଜାନନ ଉପାଧ୍ଯୟା , ଗଣେଶ ୱର୍ଡପେଣ୍ଡି , ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଗ୍ରାମ ଆଚାର୍ଯ୍ୟ , ଗ୍ରାମ ରୋଜଗାର ସେବକ କିଶୋର ଚନ୍ଦ୍ର ଗୈାଡ , ସ୍ଥାନୀୟ ସରପଞ୍ଚ ଗିତାଞ୍ଜଳୀ ବେହେରା , ସମିତି ସଭ୍ୟା ତମାଳ ନାୟକ , ବମକୋଇ ସରପଞ୍ଚ ତପନ ପ୍ରଧାନ , ପୂର୍ବତନ ସମିତି ସଭ୍ୟ ସମୀର ବିଷୋୟୀ , ଗ୍ରାମ ସଭାପତି କାଳୁ ଜେନା , ମୋହନ ରାଉତ , ଲୋକନାଥ ଜେନା , ନାଏବ ସରପଞ୍ଚ ରାଜେନ୍ଦ୍ର ଗୈାଡ , ସନ୍ତୋଷ ବିଷୋୟୀ , କୈଳାସ ବିଷୋୟୀ ପ୍ରମୁଖ ଉପସ୍ଥିତ ରହିଥିଲେ ଖବରନୁଯାୟୀ , ଗ୍ରାମାଞ୍ଚଳ ମାନଙ୍କରେ ବିଶୁଦ୍ଧ ପାନୀୟ ଜଳର ଆର୍ଥିକ ସଙ୍କଟ ଦୂରୀକରଣ ଓ ଏହି ପ୍ରକଳ୍ପ କାର୍ଯ୍ୟକାରୀ ଦ୍ବାରା ଲୋକମାନେ କିପରି ଘରେ ପାନୀୟ ଜଳର ସୁବିଧା ପାଇପାରିବେ ତାହାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଗା ପାଇପ ଯୋଗେ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମଞ୍ଜୁର କରିଥିଲେ । ତେବେ ୩୮୮ କୋଟି ଅଟକଳ ବ୍ୟୟରେ ବାଘଲଟି ଜଳସେଚନ ପ୍ରକଳ୍ପ ଓ ଘୋଡାହଡ ଜଳସେଚନ ପ୍ରକଳ୍ପରୁ ପାତ୍ରପୁର , ଚିକିଟି , ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକର ୬୩ ଖଣ୍ଡ ପଞ୍ଚାୟତ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ଉପକୃତ ହୋଇପାରିବେ ବୋଲି ଆଲୋଚନା କରାଯାଇଥିଲା । ତେବେ ଆଜି ଏହାର ଶୁଭ ବିଡ଼ିଓ ଶ୍ରୀ ଦାସଙ୍କ ଦିଆଯାଇଥିବା ବେଳେ କାର୍ଯ୍ୟ ମଧ୍ୟ ତ୍ବରାନ୍ବିତ ହୋଇଥିଲା । ଆଗାମୀ ଦିନରେ ସମସ୍ତ ଗ୍ରାମାଞ୍ଚଳ ମାନଙ୍କରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଗ୍ରାମବାସୀ ଖୁବ୍ ଖୁସି ଦେଖା ଦେଇଥିବା ଜଣାପଡିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here