ଦେଶି ଚୋରା ମଦ ମାଫିଆଙ୍କ ଶିକାର ରେ ସରକାରୀ କର୍ମଚାରୀ ;ଦିନକୁ ଦିନ ମାଫିଆଙ୍କ ଦାଦା ଗୀରୀ ବଢ଼ିବାରେ ଲାଗିଛି

0
275

ପାରଳାଖେମୁଣ୍ଡି (ନ୍ୟୁଜଏକ୍ସଟ୍ରା) ଗଜପତି ଜିଲ୍ଲାରେ ଦିନକୁଦିନ ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ ପରେ ଆକ୍ରମଣ ବଢ଼ିବାରେ ଲାଗିଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଜିଲ୍ଲା ରେ ଆର୍ ଉଦୟଗିରି ବ୍ଳକ ଅନ୍ତର୍ଗତ ।
ଛେଳିଗଡ ଠାରେ ଆର ଉଦୟଗିରି ତହସିଲଦାର ଓ ପୋଲିସ ଉପରେ ଆକ୍ରମଣ ଘଟଣାର ୩ଦିନ ନପୁରୁଣୁ ଗୋଷାଣି ବ୍ଲକ ଅନ୍ତର୍ଗତ ଦେବିତି ଗ୍ରାମରେ ଆଉ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାହା କି । ସୋମବାର ସକାଳ ୭ଘଣ୍ଟା ସମୟରେ ଗୋଷାଣି ବ୍ଲକର ଦେବିତି ଗ୍ରାମ ନିକଟରେ ମଦ ମାଫିଆଙ୍କ ଆକ୍ରମଣରେ ଅବକାରୀ ବିଭାଗର ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି । ଆହତ ହୋଇଥିବା କର୍ମଚାରୀ ମାନେ ପାରଳାଖେମୁଣ୍ଡି ସଦର ଅବକାରୀ କାର୍ଯ୍ୟାଳୟର ସହାକରୀ ନୀରିକ୍ଷକ(ଏସ.ଆଇ.) ଚନ୍ଦ୍ରଶେଖର ପଢିଆରୀ ଓ କନଷ୍ଟେବଲ ଭାଗିରଥି ଜେନା(ସାଗର) ବୋଲି ସୂଚନା ମିଳିଛି । ଏହି ସଂକ୍ରାନ୍ତରେ ପାରଳାଖେମୁଣ୍ଡି ସଦର ଅବକାରୀ ନୀରିକ୍ଷକ ପଦ୍ମଚରଣ ସାହୁଙ୍କୁ କାଶିନଗର ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମରୁ ଚୋରା ଦେଶୀମଦ ଚୋରାଚାଲାଣ ଯାହାର ନାମ (କବାଡି ଲିମନ) ନାମରେ ପ୍ରସିଦ୍ଧ ଏହି ଅଞ୍ଚଳରେ ହେଉଥିବାର ବିଶେଷ ସୁତ୍ରରୁ ଖବର ମିଳିଥିଲା । ତାହାକୁ ଧରିବା ନିମନ୍ତେ ପାରଳାେଖେମୁଣ୍ଡି ସଦର ଓ ଜିଲ୍ଲା ଅବକାରୀ ପେଟ୍ରୋଲିଂ ଟିମ୍ ଦୁଇଟି ଦଳ ଡେରା ବାନ୍ଧିଥିଲେ । ଏହି ଅବସରରେ ସିଙ୍ଗିପୁର ଗ୍ରାମ ଅଞ୍ଚଳରୁ ଗାଡି ନଂ-ଓଆର -୦୨ଏଆର-୫୮୪୯ ଇଣ୍ଡିକା କାର ଚୋରା ଦେଶୀମଦ ଧରି ଦ୍ରୁତଗତିରେ ପାରଳାଖେମୁଣ୍ଡି ସହର ଅଭିମୁଖେ ଯିବାର ଦେଖିଥିଲେ । ସେଠାରେ ଅପେକ୍ଷାରତ ଅବକାରୀ ବିଭାଗର ଏକ ଟିମ୍ ଧରି ଉକ୍ତ ଗାଡିକୁ ପିଛା କରିଥିବା ବେଳେ ଶେଷରେ ଗୋଷାଣି ବ୍ଲକର ଦେବିତୀ ଗ୍ରାମ ନିକଟରେ ଗାଡିଟିକୁ ଅବକାରୀ ବିଭାଗର କର୍ମଚାରୀ ମାନେ ଗାଡିକୁ କାବୁ କରିଥିଲେ । ଉକ୍ତ ଗାଡିରେ ଦେବିତି ଗ୍ରାମର ମଦମାଫିଆ ନାକା ସନ୍ତୋଷ ଏକୁଟିଆ ଥିଲା । ଘଟଣାସ୍ଥଳରେ ଗାଡିର ପଛପଟ ଥିବା ଡିକିରେ ପଲିଥିନ ରେ ବନ୍ଧା ହୋଇଥିବା ୧୮୦ଲିଟର ଚୋରା ଦେଶୀମଦ ଜବତ କଲାବେଳେ ନାକା ସନ୍ତୋଷ ଅବକାରୀ କାର୍ଯ୍ୟାଳୟର ସହକରୀ ନୀରିକ୍ଷକ(ଏସ.ଆଇ.) ଚନ୍ଦ୍ରଶେଖର ପଢିଆରୀଙ୍କୁ ଠେଲାପେଲା କରିବା ସହ କନଷ୍ଟେବଲ ଭାଗିରଥି ଜେନାଙ୍କୁ କାଠଫାଳିଆରେ ଆକ୍ରମଣ କରିଥିବା ସମୟରେ ଅବକାରୀ ବିଭାଗର ଅନ୍ୟ ଦଳଟି ତୁରନ୍ତ ସେଠାରେ ପହଞ୍ଚି ମଦମାଫିଆ ନାକା ସନ୍ତୋଷକୁ କାବୁ କରିବା ସହ ଘଟଣାସ୍ଥଳରୁ ମଦ ଚୋରାଚାଲାଣରେ ବ୍ୟବହୃତ ଇଣ୍ଡିକା କାର ସହ ୧୮୦ଲିଟର ଚୋରା ଦେଶୀମଦ ଜବତ କରିଥିଲା । ଏନେଇ ପାରଳେଖମୁଣ୍ଡି ସଦର ଅବକାରୀ କାର୍ଯ୍ୟାଳୟରେ ଏକ ମାମଲା ରୁଜୁ ହୋଇଛି । ଏହା ସହ ଆକ୍ରମଣ ଘଟଣାରେ ଅବାକାରୀ କାର୍ଯ୍ୟାଳୟ ତରଫରୁ ପାରଳାଖେମୁଣ୍ଡି ଥାନାରେ ନାକା ସନ୍ତୋଷ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ବୋଲି ବିଶେଷସୁତ୍ରରୁ ସୂଚନା ମିଳିଛି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here