ମିଳିଲାନି କୋଭିଡ୍ ଭତ୍ତା ତଥାପି କୋଭିଡ୍ ରୋଗୀଙ୍କୁ ଘରକୁ ଘର ବୁଲି ଦେଖୁଛନ୍ତି ଆର ବି ଏସ କେ ଆୟୁଷ ଡାକ୍ତର

0
241

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା)ଗତ ବର୍ଷେ ରୁ ଅଧିକ ସମୟ ଧରି ମହାମାରୀ କୋଭିଡ ସାରା ବିଶ୍ୱ ରେ ତାର ପ୍ରକୋପ ଜାରି ରଖିଛି।ଆମ ରାଜ୍ୟ ଓଡିଶା ବି ସହିଛି ବହୁତ ଅପୁରଣିୟ କ୍ଷତି।ବହୁତ ଜଣ ସାଧାରଣ ଜୀବନ ହାରିଥିବା ବେଳେ କରୋନା କୁ ପ୍ରତିହତ କରିବାର ପ୍ରୟାସ ରେ ଆଗ ଧାଡି ର କର୍ମୀ ଭାବେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଅବଦାନ ଅତୁଳନୀୟ। ଓଡିଶା ର ସ୍ୱାସ୍ଥ୍ୟ ସେବା ରେ ନିୟୋଜିତ ଆର ବି ଏସ କେ ଆୟୁଷ ଡାକ୍ତର ମାନେ ଏ କ୍ଷେତ୍ରରେ ଆଗକୁ ଆସି ସାହସ ର ସହିତ କରୋନା ମୁକାବିଲା ରେ ନିୟୋଜିତ ହୋଇଥିଲେ।ସେମାନେ ବହୁ ବାଧା ବିଘ୍ନ ଏବଂ ନିଜ ଜୀବନ କୁ ବାଜି ଲଗାଇ ସଂଗରୋଧ କେନ୍ଦ୍ର ଠୁ ଆରମ୍ଭ କରି ଘର ଘର ବୁଲି କରୋନା ପଜିଟିଭ ଓ କରୋନା ସନ୍ଦିଗ୍ଧ ରୋଗୀ ଙ୍କର ଚିହ୍ନଟି କରଣ ଓ ଚିକିତ୍ସା କରିଆସିଛନ୍ତି। ସେମାନେ ଙ୍କ ନିସ୍ୱାର୍ଥପର ସେବା ଓ ତ୍ୟାଗ କୁ ସରକାର ଅନୁଭବ କରି ସେମାନ ଙ୍କୁ ପ୍ରୋତ୍ସାହନ ରାଶି ରୂପେ ଦୈନିକ ୭୫୦ ଟଙ୍କା ଦେବାର ଘୋଷଣା କରିଥିଲେ। ବାରମ୍ବାର ଦାବି ଉପସ୍ଥାପନ ପରେ ବି ଆଜି ଯାଏଁ ସେହି ପ୍ରୋତ୍ସାହନ ରାଶି ଏହି ଆୟୁଷ ଡାକ୍ତର ମାନଙ୍କୁ ଦିଆଯାଇନାହିଁ।ପ୍ରକାଶ ଥାଉକି ବର୍ତ୍ତମାନ ପୁଣି କରୋନା ର ଉପରମୁଁହା ଆକ୍ରମଣ ଗତି ଦେଖି ସରକାର ଉକ୍ତ ଡାକ୍ତର ମାନଙ୍କୁ ପୁଣି ଘର ଘର ବୁଲି କରୋନା ରୋଗୀ ଙ୍କ ଚିକିତ୍ସା ପାଇଁ ନିୟୋଜିତ କରିଛନ୍ତି।ଏଠାରେ ସର୍ବ ସାଧାରଣ ରେ ପ୍ରଶ୍ନ ଉଠେ କି ଯେଉଁ ଡାକ୍ତର ମାନଙ୍କୁ ଗତ ବର୍ଷ ଘୋଷଣା କରା ଯାଇଥିବା ପ୍ରୋତ୍ସାହନ ରାଶି ରୁ ଅଦ୍ୟାବଧି ବଂଚିତ ରଖା ଯାଇଛି ସେହି ଡାକ୍ତର ମାନେ ପୁଣି ଏଇ ବର୍ଷ ସେହି ଦାୟିତ୍ୱ କୁ ସମାନ ଶ୍ରଦ୍ଧା ଆଉ ସାହସ ର ସହ ତୁଲାଇବେ ତ? ସରକାର ଜାଣି ଜାଣି ଜଣ ସାଧରଣ ଙ୍କ ଜୀବନ କୁ ବିପଦ ମୁଁହ କୁ ଠେଲି ଦେଉନାହାନ୍ତି ତ?

LEAVE A REPLY

Please enter your comment!
Please enter your name here