ବିଦେଶୀ ମଦ ଦୋକାନ କୁ ବିରୋଧ କଲେ ଗ୍ରାମବାସୀ

0
509

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା )ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମର ଶତାଧିକ ଗ୍ରାମବାସୀ ରାଜ ରାସ୍ତା କୁ ଆସି ପୋଲିସ ଙ୍କ ତାଗିଦ କୁ ବେଖାତିର କରି ଗ୍ରାମରେ ଥିବା ବିହାରୀ ବିଦେଶୀ ମଦ ଦୋକାନ କୁ ସମ୍ପୂର୍ଣ୍ଣ ବନ୍ଦ କରିବା କୁ ନେଇ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । ସନ୍ତୋଷପୁର ଗ୍ରାମର ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ସନ୍ତୋଷପୁର ବିହାରୀ ବିଦେଶୀ ମଦ ଦୋକାନ କୁ ସମ୍ପୂର୍ଣ୍ଣ ବନ୍ଦ ଦାବିରେ ବିରୋଧ ପ୍ରଦର୍ଶନ ସହ ମୁଖ୍ୟ ରାସ୍ତା କୁ କିଛି ସମୟ ପାଇଁ ବନ୍ଦକରି ଆନ୍ଦୋଳନ କରିଥିଲେ। ମଦ ଦୋକାନର ନାମ ଫଳକ କୁ ନିଆଁ ଲଗାଇ ଦେଇଥିଲେ ଓ ମଦ ଦୋକାନ କର୍ମଚାରୀ ଙ୍କୁ ଅଟକ ରଖିଥିଲେ । ଏହି ଘଟଣା ଚାଲିଥିବା ସମୟରେ କୋଷାଗୁମୁଡା ପୋଲିସ ଖବର ପାଇ ଘଟଣାସ୍ଥଳ ରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ଗ୍ରାମବାସୀ ନିଜ ଜିଦ ରେ ଅଟଳ ରହିଥିଲେ ।ପରେ କୋଷାଗୁମୁଡ଼ା ଥାନା ଅଧିକାରୀ ନଟବର ନନ୍ଦ ଓ ପୁଲିସ ଫୋର୍ସ ଗୋଟିଏ ଗାଡ଼ିରେ ପହଞ୍ଚି ବିରୋଧୀ ଗାଁ ଲୋକ ଙ୍କ କବଳରୁ ମଦ ଦୋକାନ କର୍ମଚାରୀ ଙ୍କୁ ଉଦ୍ଧାର କରିଥିଲେ । ଗ୍ରାମବାସୀଙ୍କୁ ପୁଲିସ ବହୁତ ବୁଝାଇବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଗ୍ରାମବାସୀ କହିବା ଅନୁସାରେ ନବରଙ୍ଗପୁର ଜିଲ୍ଲାପାଳ ଓ ଅବକାରୀ ବିଭାଗ କୁ ବହୁଥର ଲିଖିତ ଭାବେ ମଦ ଦୋକାନ ବନ୍ଦ କରିବାକୁ ଜଣାଇଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ନଦେବାରୁ ଆମେ ବାଧ୍ୟ ହୋଇ ଆନ୍ଦୋଳନ କଲୁ ବୋଲି ଗ୍ରାମବାସୀ କହିଛନ୍ତି । ଏଣୁ ଯଥା ଶୀଘ୍ର ଏହାର ସମାଧାନ କରି ତୁରନ୍ତ ଉକ୍ତ ବିଦେଶୀ ମଦ ଦୋକାନ କୁ ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here