ଗାଙ୍ଗପୁର ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବିଶ୍ୱ ମାତୃତ୍ୱ ଦିବସ ପାଳନ

0
410

ବେଲଗୁଣ୍ଠ(ନ୍ୟୁଜଏକ୍ସଟ୍ରା) ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ବିଶ୍ୱ ମାତୃତ୍ୱ ଦିବସ ପାଳନ ହୋଇଯାଇଛି I ଗାଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ପାଣ୍ଡବ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ନୀରିକ୍ଷକ ଶୁଭ୍ରମନ୍ୟୁ କର, ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, ଗଣମାଧ୍ୟମ ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ଫାର୍ମାସିଷ୍ଟ୍ ଯଜ୍ଞସେନ୍ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ସଂସାରରେ ମାଆ ଏକ ଅଦ୍ୱିତୀୟ ସୃ୍ଷ୍ଟି ବୋଲି ପ୍ରକାଶ କରିଥିଲେ I ଦେଶର ପ୍ରଗତି କ୍ଷେତ୍ରରେ ମାଆଙ୍କ ଭୂମିକା ଅତୁଳନୀୟ ହୋଇଥିବାରୁ ମାଆ ମାନଙ୍କର ସୁରକ୍ଷା ଏବଂ ପ୍ରତିଟି ନାଗରିକଙ୍କର ମୌଳିକ କର୍ତ୍ତବ୍ୟ ହେବା ଉଚିତ୍ ବୋଲି ଉପସ୍ଥିତ ବ୍ୟକ୍ତିମାନେ ପ୍ରକାଶ କରିଥିଲେ I ସମ୍ପ୍ରତି କରୋନା ଭଳି ମହାମାରୀ ପରିସ୍ଥିତିରେ ମାଆ ମାନଙ୍କର ସ୍ଵାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବା ପାଇଁ ମେଡିକାଲ୍ ଟିମ୍ ସର୍ବଦା ପ୍ରସ୍ତୁତ ରହିଥିବା କଥା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ବିନୀତା ନାୟକ, ମମତା ଶତପଥୀ, ସୁବ୍ରତା ନାୟକ ଏବଂ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଭଗବାନ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିବା ବେଳେ ଆଶା କର୍ମୀ ପ୍ରମୋଦିନୀ ବିଷୋୟୀ,ଧ୍ରୁବସେନୀ ସାହୁ, ସବିତା କୁମାରୀ ଜେନା, ସରିତା ପଲାରୁ, କୁନ୍ତଳା ସ୍ଵାଇଁ, ଅଙ୍ଗନୱାଡ଼ି କର୍ମୀ ରଞ୍ଜିତା ବିଷୋୟୀ ଏବଂ ଗୀତାଞ୍ଜଳୀ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here