ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ

0
340

ମୋହନା:ଗଜପତି ଜିଲ୍ଲା ମୋହନା ସ୍ଥିତ ବ୍ଲକ ସଭାଗୃହ ପରିସରରେ ମନରେଗା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ର ବ୍ଲକ ସ୍ତରୀୟ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି l ଗଜପତି ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ଏଥିରେ ସଭାପତିତ୍ୱ କରିଥିଲେ l ଆୟୋଜିତ ବୈଠକ ରେ ମନରେଗା ଯୋଜନା ରେ 2020- 21 ଆର୍ଥିକ ବର୍ଷ ରେ 1248843 ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ 2021-22 ଆର୍ଥିକ ବର୍ଷ ରେ 89074 ଶ୍ରମ ଦିବସ ସୃଷ୍ଟି ହୋଇଥିବା ଦର୍ଶା ଯାଇଛି l ସେହିଭଳି ଖାଦ୍ୟ ସୁରକ୍ଷା ଯୋଜନା ରେ 33887 ହିତାଧିକାରୀ ଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମୋହନା ବ୍ଲକ ରେ କାର୍ଯ୍ୟରତ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇଥିଲେ l ଯେଉଁ ବିଭାଗର ସାମାଜିକ ସମୀକ୍ଷା ହୋଇନାହିଁ ଅତିଶୀଘ୍ର ଶେଷ କରିବା ପାଇଁ ଉପଜ଼ିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମ ରେ ମୋହନା ବ୍ଲକ ବିଡ଼ିଓ ତପସ୍ୱିନୀ ହାଁସଦା, ସମିତି ଅଧ୍ୟକ୍ଷ ରଞ୍ଜୀବ ଶବର, ଜ଼ିଲ୍ଲା ପରିଷଦ ଉପାଧକ୍ଷା କୁନ୍ତଳା କୁମାରୀ ମଳିକ, ଜ଼ିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର କୁମାର ମଳିକ ଙ୍କ ସମେତ ସମସ୍ତ ସହକାରୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ଅଧିକାରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l

ରିପୋଟର -ପି ସଞ୍ଜୀବ ରାଓ

LEAVE A REPLY

Please enter your comment!
Please enter your name here