ଜିଲ୍ଲାପାଳଙ୍କ ଉଦ୍ୟମରେ ଦୁବାଇରୁ ଆସିଲା ଗଞ୍ଜାମର ଓଡ଼ିଆ ଦାଦନ ଶ୍ରମିକଙ୍କ ମରଶରୀର।

0
703

ବ୍ରହ୍ମପୁର,(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ରାଜ୍ୟ ଶ୍ରମ କମିଶନରଙ୍କ ଉଦ୍ୟମ ଫଳରେ ଆଜି ପୁଣି ଜଣେ ଓଡ଼ିଆ ଦାଦନ ଶ୍ରମିକ ଜୟ ଦଳେଇଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛି। ଶବକୁ ମୃତ ଶ୍ରମିକଙ୍କ ନିଜ ଘରକୁ ଆଣିବା ପାଇଁ ଛତ୍ରପୁର ଜ଼ିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ ଓ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୁର୍ଯ୍ୟମଣି ବୈଦ୍ୟ ବିମାନ ବନ୍ଦରରେ ଉପସ୍ଥିତ ଥିଲେ।
ଗଂଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗ୍ରାମପଂଚାୟତର କୈଠଡ ଗ୍ରାମର ଜୟ ଦଳେଇ ନାମକ ଏହି ଶ୍ରମିକ ରୋଜଗାର କରିବା ପାଇଁ ୧୮ ମାସ ପୂର୍ବରୁ ଦୁବାଇ ଯାଇଥିଲେ। ତେବେ କୌଣସି କାରଣରୁ ସେଠାରେ ଗତ ୧୬ତାରିଖ ଶୁକ୍ରବାର ଦିନ ଜୟ ଦଳେଇଙ୍କ ଦେହାନ୍ତ ହୋଇଥିଲା। ଆଜି ସନ୍ଧ୍ୟାରେ ଜୟଙ୍କ ମରଶରୀର ତାଙ୍କ ଗ୍ରାମ କଇଠଡାରେ ପହଂଚିବା ପରେ ଗ୍ରାମରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା।

LEAVE A REPLY

Please enter your comment!
Please enter your name here