ସୌର ଚାଳିତ ପାନୀୟଜଳ ଯୋଗାଣ ପ୍ରକଳ୍ପ ଉଦଘାଟିତ

0
468

କୋଷାଗୁମୁଡା(ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ପଞ୍ଚାୟତ ର ଜାହାଜଭଟ୍ଟା ଠାରେ କୋଡ଼ିଙ୍ଗା ସରପଞ୍ଚ ଡମାଇ ଭତରାଙ୍କ ଦ୍ଵାରା ଏକ ସୌର ଚାଳିତ ପାନୀୟ ଜଳଯୋଗାଣ ପ୍ରକଳ୍ପ ଉଦଘାଟନ ହୋଇଯାଇଛି । କୋଡ଼ିଙ୍ଗା ପଞ୍ଚାୟତ ପକ୍ଷରୁ ୫ ଲକ୍ଷ ଟଙ୍କା ଅନୁଦାନରେ ପ୍ରାୟ ୫ ହଜାର ଲିଟର ବିଶିଷ୍ଟ ପାଣିଟାଙ୍କି ସହ ସୌର ଚାଳିତ ପାନୀୟ ଜଳ ଯୋଗାଣ କରାଯାଇଛି । ଏହି ଜାହାଜଭଟ୍ଟା ସାହିରେ ପାନୀୟ ଜଳର ଅଭାବ ଲାଗିରହିଥିଲା । ବର୍ଷ ବର୍ଷ ଧରି ସହି ଲୋକେ ପିଇବା ପାଣି ପାଇଁ ସେଠାରେ ଥିବା ଏକ ପୁରୁଣା କୂଅ ଉପରେ ନିର୍ଭର କରୁଥିଲେ । ଖରାଦିନେ ଉକ୍ତ କୂଅରୁ ପାଣି ଶୁଖିଯିବା ରୁ ଲୋକେ ନାନା ଅସୁବିଧାରେ ପାଣି ଟୋପାଏ ପାଇଁ ବହୁ ଦୁରକୁ ଯାଉଥିଲେ । ଏହାର ସମାଧାନ ପାଇଁ ସହି ଲୋକେ କୋଡ଼ିଙ୍ଗା ସରପଞ୍ଚ ଡମାଇ ଭାତରଙ୍କୁ ଗୁହାରି କରିଥିଲେ । ସରପଞ୍ଚ ଏହାକୁ ଗୁରୁତର ସହ ନେଇ କାର୍ଯ୍ୟ ସମ୍ପାଦନ କରିଥିଲେ । ସରପଞ୍ଚ ଙ୍କ ଏଭଳି କାର୍ଯ୍ୟକୁ ସହି ବାସିନ୍ଦା ପ୍ରଶଂସା କରିଛନ୍ତି ଓ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ରେ କୋଡ଼ିଙ୍ଗା ପଞ୍ଚାୟତର ଯୁବ ନେତା ବୁଦୁରାମ ଭତରା , ବିଭୁ ପାଢ଼ୀ , ମୋହନ ପାତ୍ର , ସନ୍ତୋଷ ଗୌଡ଼ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି ।

LEAVE A REPLY

Please enter your comment!
Please enter your name here