କରୋନା ସନ୍ଦେହରେ କେହି ନଆସିବାରୁ ରେଡ୍ କ୍ରସ୍ ସ୍ଵେଚ୍ଛାସେବୀ କଲେ ଶବଦାହ

0
489

ଜଗନ୍ନାଥ ପ୍ରସାଦ(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଗ୍ରାମର କୁମ୍ଭାର ସାହି ଛକରେ ଏକ ବୃଦ୍ଧା ମୃତ୍ଯ ବରଣ କରିବାରୁ କରୋନା ମହାମାରୀ ଭୟରେ କେହି ଶବଦାହ କରିବାକୁ ଆସିଲେ ନାହିଁ । ବୃଦ୍ଧାଙ୍କ ପୁଅ ଏବଂ ବୋହୂ କୋଭିଡ୍ ଦ୍ଵାରା ଆକ୍ରାନ୍ତ ହୋଇ ବ୍ରହ୍ମପୁରରେ ଚିକିତ୍ସିତ ହେଉଥିବାରୁ କେହି ପାଖକୁ ଆସି ନଥିଲ। ସ୍ଥାନୀୟ ସରପଞ୍ଚ ଏହି ଖବର ପାଇଁ PPE କୀଟ୍ ଧରି ଘଟଣା ସ୍ଥଳରେ ପହଞ୍ଜି ଲୋକଙ୍କୁ ଅନୁରୋଧ କଲେ ଶବଦାହ କରିବା ପାଇଁ କିନ୍ତୁ କେହି ଆସିଲେ ନାହିଁ I ଏହି ଖବର ଆଞ୍ଚଳିକ ମହାବିଦ୍ୟାଳୟ ଯୁବ ରେଡ୍ କ୍ରସ୍ କାଉନ୍ସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତିଙ୍କୁ ଜଣାଇବାରୁ ତାଙ୍କ ନେତୃତ୍ୱର କାଉନ୍ସିଲର ସରୋଜ କୁମାର ନାୟକ ସହ ୫ ଜଣ ରେଡ୍ କ୍ରସ୍ ସ୍ଵେଚ୍ଛାସେବୀ ଘଟଣା ସ୍ଥଳରେ ପହଞ୍ଚି PPE କୀଟ୍ ପିନ୍ଧି ରାତ୍ର ୧୦.୦୦ ଘ. ସମୟରେ ଶବକୁ ଧରି ଶ୍ମଶାନ ଘାଟରେ ପହଁଞ୍ଚି ଥିଲେ ଏବଂ ସେଠାରେ ଶବଦାହ କରିଥିଲେ । ଏହି ଏଭଳି ମାନବିକତାପୂର୍ଣ୍ଣ କାର୍ଯ୍ୟ କରିଥିବାରୁ ସ୍ଥାନୀୟ ସରପଞ୍ଚ ରେଡ୍ କ୍ରସ୍ ର ସମସ୍ତ ସ୍ଵେଚ୍ଛାସେବୀଙ୍କୁ ଧନ୍ୟବାଦ ଜଣାଇଥିଲେ। ରେଡ୍ କ୍ରସ୍ ସ୍ଵେଚ୍ଛାସେବୀ ମାନଙ୍କର ଏହି ମାନବୀୟ କାର୍ଯ୍ୟର ଖବର ପାଇ ଯୁବ ରେଡ୍ କ୍ରସ୍ ଅଫିସର ଡଃ ଅଜୟ କୁମାର ତ୍ରିପାଠୀ, ଜିଲ୍ଲା ରେଡ୍ କ୍ରସ୍ ସଂଯୋଜକ ବି. ଗୋବିନ୍ଦ ରାଓ ଏବଂ କଲେଜ ଅଧ୍ୟକ୍ଷ ପ୍ରାଧ୍ୟାପକ ନୃସିଂହ ଚରଣ ପ୍ରଧାନ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here