ଖଲ୍ଲିକୋଟ ଅଞ୍ଚଳରେ ଅବକାରୀ ଚଢ଼ାଉ ;୪ ଗିରଫ

0
567

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା/ପ୍ରଦୀପ୍ତ ସାହୁ):ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଳାଙ୍ଗେ ଓ ଅବକାରୀ ଅଧିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ଭୋତ୍ରାଙ୍କ ନିର୍ଦେଶ କ୍ରମେ ଅବକାରୀ ଉପ ଅଧୀକ୍ଷକ ଶ୍ରୀ ଅଭିରାମ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନାରେ ଆଜି ତା 1.05.2020ରିଖ ଅବକାରୀ ବିଭାଗର ଦିପ୍ତିମୟୀ ସାହୁ ଅବକାରୀ ଇନ୍ସ୍ପେକଟର, ଛତ୍ରପୁର,ପ୍ରିତିଧାରା ନାୟକ ,ଅବକାରୀ ଇନ୍ସ୍ପେକଟର ,ଜିଲ୍ଲା ଭ୍ରାମ୍ୟମାଣ ,ଉମାକାନ୍ତ ସ୍ୱାଇଁ ,ଖଲିକୋଟ ଅବକାରୀ ଥାନା ଅଧିକାରୀ ଓ ଦୁର୍ୟୋଧନ ଦିଗଲ ,ଉପନିରୀକ୍ଷକ ଜିଲ୍ଲା ଭ୍ରାମ୍ୟମାଣ ଓ ଷ୍ଟାଫଫ ଙ୍କ ଦ୍ୱାରା ଖଲିକୋଟର ସୌରା ଛଚିନା ,ଲଙ୍ଗଳେଶ୍ୱର,ନାରାୟଣୀ ଛକ ଅଂଚଳରେ ଚଢ଼ାଉ କରି ଚୋରା ଦେଶୀ ମଦ କାରବାରରେ ଚାରି ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋୖର୍ଟ ଚାଲାଣ କରିଛନ୍ତି.ଏ ଚଢ଼ାଉ ରେ ରାଜେନ୍ଦ୍ର ନାୟକ,ରବି ଗାଇନ,ବୁଡ଼ିଆ ଭୋଲ, ରସ୍ମିତ ସାହୁ ଙ୍କ ନିକଟରୁ ୧୨୦ ଲିଟର ବେଆଇନି ଦେଶୀ ମଦ ସହିତ ଚାରି ଗୋଟି ମୋଟର ସାଇକେଲ ଜବତ କରାଯାଇଛି। ଲକ ଡାଉନ ଯୋଗୁଁ ସରକାରୀ ମଦ ଦୋକାନ ବନ୍ଦର ସୁଯୋଗ ନେଇ ବେଆଇନି ମଦ କରବାର ବଢି ଯାଇ ଥିଲେ ମଧ୍ୟ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ ଜାରି ରହିଛି ଓ ଭବିଷ୍ୟତରେ ଜାରି ରହିବ ବୋଲି ଉପ ଅଧୀକ୍ଷକ ଶ୍ରୀ ବେହେରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here