ନାଗ ସହ ୧୫ ଗୋଟି ଅଣ୍ଡା ଉଦ୍ଧାର

0
533

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର ନିକଟସ୍ଥ ବେଣାକୁନ୍ଦା ଗ୍ରାମରୁ ଏକ ନାଗ ସାପ ସହ ୧୫ ଗୋଟି ଅଣ୍ଡା ଉଦ୍ଧାର କରାଯାଇଛି। ଉକ୍ତ ଗ୍ରାମର ରାମ ପୋଲାଇ ଙ୍କ ଘର ବାରିପଟେ ଥିବା କୁଣ୍ଡ ମଧ୍ୟରେ ଏକ କୋଳଥିଆ ନାଗ ସାପ ରହିଥିବା ଜାଣିବା ପରେ ସେଂକ ହେଲ୍ପ ଲାଇନର ସଞ୍ଜୟ ସ୍ୱାଇଁ ଙ୍କୁ ଖବର ଦେଇଥିଲେ। ସଞ୍ଜୟ ଗ୍ରାମରେ ପହଁଚି କୁଣ୍ଡ ଟିକୁ ହଟାଇବା ପରେ ନାଗସାପ ଟି ଉକ୍ତ ସ୍ଥାନରେ ଅଣ୍ଡା ଦେଇଥିବା ଦେଖିବାକୁ ପାଇଥିଲେ। ଅଣ୍ଡା ଗୁଡିକୁ ସେଠାରୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ସାପଟି ହିଂସ୍ର ହୋଇଯାଇଥିଲା। ଫଳରେ ଦୀର୍ଘ ସମୟ ପରେ ସମସ୍ତ ଅଣ୍ଡାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଥିବା ଏକ ଗଛ କୋରଡ଼ ମଧ୍ୟ ରେ ଅଣ୍ଡା ଗୁଡ଼ିକ ରଖାଯିବା ସହ ସାପକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here