ସ୍ମଶାନ ରେ ମଧ୍ୟ ଶବକୁ ମିଳୁନି ସ୍ଥାନ ; ଶ୍ମଶାନରେ ଲାଗିଲା ପୋଷ୍ଟର

0
408

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) କରୋନା ର କରାଳରୂପ ଏବେ ସବୁଠି ଦେଖିବାକୁ ମିଳୁଛି । ପ୍ରତିଦିନ କୁଢ଼ କୁଢ଼ ଶବ । ଏ ପରିକି ନିଜ ପରିବାରର ସଦ୍ୟସ ମାନେ ଶବକୁ ନେବାକୁ ଅମଙ୍ଗ ହେଉଛନ୍ତି । ଭଞ୍ଜନଗର ଅଂଚଳରେ ଏଭଳି ପରିସ୍ଥିତିରେ କିଛି ସ୍ୱୟଂସହାୟକ ସଂଗଠନ ଶବ ଗୁଡିକୁ ନେଇ ଦାହ କରୁଥିବା ନଜରକୁ ଆସିଛି । ସ୍ମଶାନ ରେ ଲିଭୁନି ଜୁଇ । ଏପରି ପରିସ୍ଥିତିରେ ଆଉ ଏକ ଘଟଣା ନଜରକୁ ଆସିଛି ।ସ୍ମଶାନ ରେ କରୋନା ଶବ ଦାହ କରିବା ପାଇଁ ଏବେ ବାରଣ କରାଯାଇ ଫଳକ ଲାଗିଥିବା ସହ ସ୍ମଶାନ ମୁଖ୍ୟ ରାସ୍ତା କୁ ବାଡ଼ ଦେଇ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି । କିଛି ଦିନ ହେବ ଭଂଜନଗର ସହରରେ ଥିବା କୋଭିଡ଼ କେୟାରରେ ରୋଗୀଙ୍କ ମୃତ୍ୟୁ ପରେ ପରିବାର ଲୋକେ ଶବ ନେବାକୁ ଅମଙ୍ଗ ହେଉଛନ୍ତି । ଏଭଳି ପରିସ୍ଥିିିତିରେ ନିର୍ଦ୍ଧିଷ୍ଟ କିଛି  ସ୍ୱେଚ୍ଛାସେବୀ ସଂଗଠନ ଶବକୁ ନେଇ ନିକଟସ୍ଥ ଜାମପଲ୍ଲୀ ସ୍ମଶାନ ରେ ଦାହକରୁଥିଲେ । ହେଲେ ସେଠାରେ ୪ ଟି ଶବ ପୋଡ଼ାଯିବା ପରେ  ହଠାତ କେହି ରାତିରେ ଶସ୍ମାନକୁ ବାଉଁଶ ଦ୍ୱାରା ଆବଧ କରି ଏକ ପୋଷ୍ଟର ଲଗାଇଛି ଯେ ଏଠାରେ କୋଭିଡ଼ ରୋଗୀ ଙ୍କ ଶବ ପୋଡ଼ିବା ମନା ।  ଗତ କାଲି ଖାଲାସି ସାହିର ଜଣେ ଲୋକଙ୍କ ମୃତ୍ୟୁ ପରେ ଶବ ପୋଡ଼ିବାକୁ ସେଠାରେ ମନା କରାଯାଇଥିବାରୁ ଅନ୍ୟ ସ୍ଥାନ ନେଇ ସେ ଶବ କୁ ଦାହ କରାଯାଇଥିଲା । ସ୍ମଶାନ ରେ ମଧ୍ୟ ଶବକୁ ସ୍ଥାନ ମିଳୁନଥିବା ଘଟଣା ଏବେ ଭଞ୍ଜନଗର ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here