କୋଡ଼ିଙ୍ଗାରେ ନୂତନ ତହସିଲଦାରଙ୍କ ଯୋଗଦାନ

0
606

କୋଷାଗୁମୁଡା (ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ର ତହସିଲ କାର୍ଯ୍ୟାଳୟ ରେ ନୂତନ ତହସିଲଦାର ଶିବପ୍ରସାଦ ପଟ୍ଟନାୟକ ଯୋଗଦାନ କରିଛନ୍ତି । ଶ୍ରୀ ପଟ୍ଟନାୟକ ଏଥିପୂର୍ବରୁ ଗଜପତି ଜିଲ୍ଲାରେ ନିଯୁକ୍ତି ଥିଲେ । ଏହି ପରିପ୍ରେକ୍ଷୀରେ ପୂର୍ବରୁ ପରିଚାଳନା ଦାୟିତ୍ବ ରେ ଥିବା ଅତିରିକ୍ତ ତହସିଲଦାର ସବ୍ୟସାଚୀ ଜେନା ନୂତନ ତହସିଲଦାର ଙ୍କୁ କାର୍ଯ୍ୟ ଭାର ହସ୍ତାନ୍ତର କରିଥିଲେ । ଏହି ସମୟରେ ତହସିଲ ଉପ ବିଭାଗୀୟ ଅଧିକାରୀ ବାଳକୃଷ୍ଣ ପାଣିଗ୍ରାହୀ, ସୁପରଭାଇଜର ଏ. ଭୂପତି, ଓ ସମସ୍ତ ତହସିଲ କର୍ମଚାରୀ ଉପସ୍ଥିତ ଥିଲେ । କୋରନା ମହାମାରୀ ରେ କୋଷାଗୁମୁଡା ଓ କୋଡ଼ିଙ୍ଗା ଅଞ୍ଚଳରେ ନୂତନ ତହସିଲଦାର ଠିକ ଭାବେ ଦାୟିତ୍ୱ ତୁଲାଇବେ ବୋଲି ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here