ବେଗୁନିଆପଡା ବ୍ଲକରେ ଆଳୁ କଳାବଜାରୀ ଆରମ୍ଭ,ବସ୍ତା ୧୭୦୦ ରେ ବିକ୍ରି

0
278

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା) ବେଗୁନିଆପଡା ବ୍ଲକରେ ଗତ କାଲି ଆଳୁ ବସ୍ତା ପ୍ରତି ଦର ୫୦୦ ଟଙ୍କା ଥିବା ବେଳେ ଆଜି ବେପାରୀ ୧୭୦୦/- କୁ ବୃଦ୍ଧି କରିଛନ୍ତି।ଯାହା ଫଳରେ ଖାଉଟି ଚିନ୍ତାରେ ପଡିଛନ୍ତି। ଖାଲି ଆଳୁ ନୁହେଁ ବେଗୁନିଆ ପଡା ବଜାର ରେ ଗୁଡଖା ପ୍ୟାକେଟ ମଧ୍ୟ କଳାବଜାରୀ ହେଲାଣି। କରୋନା ଯୋଗୁଁ ଲୋକମାନେ ଦୈନଦିନ ଜୀବନରେ ପେଶୀ ହେଉଥିବା ବେଳେ ବର୍ତମାନ ଅତ୍ୟାବଶ୍ୟକ ସାମଗ୍ରୀ ଆଳୁର ଦର ବୃଦ୍ଧି ଯୋଗୁଁ ଖାଉଟି ଚିନ୍ତାରେ ପଡିଛନ୍ତି। ଅନ୍ୟ ପରିବା ଦର ବୃଦ୍ଧି ଘଟିଥିବା ବେଳେ ଆଗକୁ ଆହୁରି ବିସ୍ପୋରକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଏ ସମ୍ପର୍କରେ ବେଗୁନିଆପଡା ବ୍ଲକ ଯୋଗାଣ ବିଭାଗ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବୀ ହୋଇଛି।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here