ଭଞ୍ଜନଗରରେ ପୁଲିସ ଚେକିଂ କଡାକଡି

0
482

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ରାଜ୍ୟରେ ଆଜିଠାରୁ ୧୪ଦିନିଆ ଲକ ଡାଉନ ଆଜିଠାରୁ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଅମାନିଆ ମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସହରର ବିଭିନ୍ନ ଛକ ମାନଙ୍କରେ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଙ୍କ ନେତୃତ୍ୱରେପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଚେକିଂ କୁ ଜୋରଦାର କରାଯାଇଛି। ବିନା କାରଣରେ ସହର ରେ ଗାଡ଼ି ଧରି ବୁଲୁଥିବା ଲୋକଙ୍କୁ ପୋଲିସ ତାଗିଦ କରିବା ସହ ଫେରଯିବା ପାଇଁ ବାଧ୍ୟ କରିଛନ୍ତି। ରାସ୍ତା ଘାଟ ରେ ଅଳ୍ପ ସଂଖ୍ୟକ ଯାନବାହନ ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା। ବହୁ ଲୋକ ଲକଡାଉନ ପୂର୍ବରୁ ନିଜକୁ ପ୍ରସ୍ତୁତ କରି ନେଇଥିବା ବେଳେ ଆଜି କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ କେତେକ ଲୋକ ପରିବା, ରାସନ, ଫଳ,କ୍ଷୀର, ଔଷଧ ଓ ଆମିଷ ଦୋକାନରେ ପହଞ୍ଚି ଜିନିଷ ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା। ଯାତ୍ରୀ ପରିବହନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here