ଦୁଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଦେହାନ୍ତ

0
368

ବୁଗୁଡ଼ା (ନ୍ୟୁଜଏକ୍ସଟ୍ରା) ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପଙ୍କଳବାଡି ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ସ୍ୱାଇଁ (୭୯) ଓ ଏହି ବ୍ଲକ ଅନ୍ତର୍ଗତ ନଗୁଡୁ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରଙ୍କନିଧି ରଥ (୬୮) ଦୁଇଜଣ ଶିକ୍ଷକଙ୍କ ଦେହାନ୍ତ ହୋଇଯାଇଛି। ଦୀନବନ୍ଧୁ ସ୍ଵାଇଁଙ୍କ ରାଉରକେଲା ଜୟ ପ୍ରକାଶ ରିସର୍ଚ୍ଚ ହସ୍ପିଟାଲରେ ନିୟମୋନିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମଇ ୦୨ ତାରିଖ ଦିନ ଦେହାନ୍ତ ହୋଇଥିବା ବେଳେ ରଙ୍କନିଧୀ ରଥଙ୍କ ବ୍ରହ୍ମପୁର ବଡ ମେଡ଼ିକାଲରେ ହୃଦରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ମଇ ୦୩ ତାରିଖ ଦିନ ଦେହାନ୍ତ ହୋଇଯାଇଛି। ଏହି ଦୁଇ ଶିକ୍ଷକଙ୍କ ବିୟୋଗରେ ବୁଗୁଡ଼ା ବ୍ଲକ ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟ ପକ୍ଷରୁ ସଭାପତି ବିଶ୍ୱମୋହନ ମିଶ୍ର, କାର୍ଯ୍ୟ କାରୀ ସଭାପତି ହରେକୃଷ୍ଣ ପାତ୍ର, ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, ଯୁଗ୍ମ ସମ୍ପାଦକ ଶ୍ରୀ ଗୌରୀପତି ଦାଶ ପ୍ରମୁଖ ଗଭୀରଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here