ବିଜେପି ପକ୍ଷରୁ ବ୍ରହ୍ମପୁର ବଡ଼ମେଡିକାଲ ପରିସରରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ

0
236

ବ୍ରହ୍ମପୁର : ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହୋଇଥିବା ସେବା ସମର୍ପଣ ସପ୍ତାହ ଉପଲକ୍ଷେ ଏବଂ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଂଯୋଜକ ମଧୁସୂଦନ ସାହୁଙ୍କ ଜନ୍ମଦିନ ଅବସରରେ ବ୍ରହ୍ମପୁର ବଡ଼ମେଡିକାଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏଥିସହ ମଧୁସୂଦନ ସାହୁ ରକ୍ତଦାନ କରିବା ସହ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଡ଼. ମଧୁସୂଦନ ସାହୁ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଡ଼. ସୁବାଷ ସାହୁ , ନିମନ୍ତ୍ରିତ ଅତିଥିରୂପେ, ଜିଲ୍ଲା ହେଲଥ୍ ସେଲ୍ ସଂଯୋଜକ ରାଜୀବ ମିଶ୍ର,ରାଜ୍ୟ କୃଷକ ମୋର୍ଚ୍ଚା କାଯ୍ୟକାରିଣୀ ସଦସ୍ୟ ଗଜେନ୍ଦ୍ର ଚୌଧୁରୀ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି କିରଣ କୁମାର ସାହୁ ପ୍ରମୂଖ ଯୋଗଦେଇଥିଲେ । ଏଥିରେ ରବୀନ୍ଦ୍ର ସାହୁ, ଦେବୀପ୍ରସାଦ ପାଢ଼ୀ, ସୁଶୀଳା ମାଲିକ, ରବୀନ୍ଦ୍ର ସାବତ ଶିବ ନାୟକ,ବିନୋଦ ସିଂ, ଜଗଦୀଶ ପ୍ରଧାନ, ମାତା ପ୍ରସାଦ ନାୟକ, ସୁମିତ ପାତ୍ର, ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here