ଅପରାହ୍ନ ଦୁଇଟା ପରେ ସମସ୍ତ ଦୋକାନ ବଜାର ବନ୍ଦ

0
247

ବୁଗୁଡା(ନ୍ୟୁଜଏକ୍ସଟ୍ରା)ଗତକାଲି ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଏନଏସି ଇଓ ରଶ୍ମିରଞ୍ଜନ ଦାଶଙ୍କ ଉପସ୍ଥିତରେ ବିଭିନ୍ନ ବ୍ୟବସାୟ ସଂଗଠନ ସହ ଆଲୋଚନା ପରେ ଏପ୍ରିଲ ୨୮ ତାରିଖ ଠାରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ ଓ ଅପରାହ୍ନ ୨ ଟା ଠାରୁ ତାପର ଦିନ ସକାଳ ୫ ତା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ ଡାଉନ ପାଳନ କରାଯିବା ପାଇଁ ସ୍ଥିର ହୋଇଥିଲା। ଲକ୍ ଡାଉନ ର ପ୍ରଥମ ଦିନ ହେଉଛି ଆଜିର ଦିନ। ବ୍ୟବସାୟୀ ବୃନ୍ଦ ପ୍ରଶାସନ ସହ ଆଲୋଚନା ପ୍ରକାରେ ଅପରାହ୍ନ ୨ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ କରି ଆଇନକୁ ସମ୍ମାନ ଜଣାଇଥିଲେ। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସମସ୍ତ ବ୍ୟବସାୟୀ ବନ୍ଧୁ ଲକ୍ ଡାଉନକୁ ସମ୍ମାନ ଜଣାଇ ସଚେତନ ନାଗରିକ ର ପରିଚୟ ଦେଇଥିବାରୁ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦାଶ ବ୍ୟବସାୟୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଇଓ ଶ୍ରୀ ମିଶ୍ର ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ସାରା ସହର ବୁଲି ସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here