ସହଭାଗିତା ଉତ୍ସବ ଉଦଘାଟନ : ୨୨ ହିତାଧିକାରୀଙ୍କୁ ସାଇକେଲ ବଣ୍ଟନ

0
189

ପୋଲସରା :ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଫେବୃଆରୀ ୨ ତାରିଖ ଦିନ ଭିଡିଓ କନଫ୍ରେନ୍ସ ଜରୀଆରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସମଗ୍ର ରାଜ୍ୟରେ ସହଭାଗିତା ଉତ୍ସବ ଓ ହିତାଧିକାରୀଙ୍କୁ ସାଇକେଲ ବଣ୍ଟନ କାର୍ଯ୍ୟ ଉଦଘାଟିତ ହୋଇଯାଇଛି। ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଭାରପ୍ରାପ୍ତ କାର୍ଯ୍ଯନିର୍ବାହି ଅଧିକାରୀ ତଥା ପୋଲସରା ବିଡ଼ିଓ କୈଳାସ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ୨୨ ଜଣ ହିତାଧିକାରୀଙ୍କୁ ସାଇକେଲ ବଣ୍ଟନ କରିଥିଲେ। ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ଅଧ୍ଯକ୍ଷା ସଙ୍ଗୀତା ବେହେରା, ଉପାଧ୍ଯକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ, ସାଂସଦ ପ୍ରତିନିଧି ମୋଚିରାମ ସାହୁ, ନଗର ସଭାନେତ୍ରୀ କନକ ରାଉତ, ନଗର ସଭାପତି ରଞ୍ଜିତ ସାହୁ ସମେତ ସମସ୍ତ କାଉନସିଲର ବୃନ୍ଦ ଉପସ୍ଥିତ ଥିଲେ। ଏନଏସିର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here