କରୋନା ସଚେତନତା କାର୍ଯ୍ୟକ୍ରମ ସହ ସଡ଼କ ସୁରକ୍ଷା ଅଭିଯାନରେ ତିନି ଅନୁଷ୍ଠାନକୁ ସମ୍ମାନୀତ

0
482

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ସଡ଼କ ସୁରକ୍ଷା ଅଭିଯାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ଆଜି ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଭଞ୍ଜନଗରର ତିନୋଟି ଶିକ୍ଷା ଅନୁଷ୍ଠାନ ସମେତ ଏକ ସାଂସ୍କୃତିକ ଅନୁ୍ଷ୍ଠାନକୁ ମଧ୍ଯ ସମ୍ମାନୀତ କରାଯାଇଛି I ସୂଚନା ପ୍ରକାରେ ଗତ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଭଞ୍ଜନଗରର ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ,ସେଣ୍ଟ୍ ଆନ୍ସ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଏବଂ ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ ତରଫରୁ ସଡ଼କ ସୁରକ୍ଷା ଉପରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରିଥିଲେ I ଆଜି ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟଙ୍କ ନେତୃତ୍ୱରେ ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ଜଗନ୍ନାଥପ୍ରସାଦ ବ୍ଳକ୍ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ, ସମାଜସେବୀ ଶୂଳପାଣି ଶତପଥୀ,ସ୍ଵେଚ୍ଛାସେବୀ ପଞ୍ଚାନନ ପାଳ ଏବଂ କଳାକାର ସଂଘ ସଂଯୋଜକ ଜଗଦୀଶ ପାଣିଗ୍ରାହୀ ପ୍ରମୁଖ ପ୍ରତ୍ୟକ ଅନୁଷ୍ଠାନରେ ପହଞ୍ଚି ଅନୁଷ୍ଠାନ ମୁଖ୍ୟ ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରିଥିଲେ I ଏହି ଅବସରରେ କରୋନା ସଚେତନତା କାର୍ଯ୍ୟକ୍ରମ କରାଯିବା ସହିତ ସ୍ଵେଚ୍ଛାସେବୀଙ୍କ ତରଫରୁ ମାସ୍କ ବଣ୍ଟନ କରାଯାଇଥିଲା I ସେହିପରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ସଡ଼କ ସୁରକ୍ଷା ସଚେତନତା ପାଇଁ ଜଗା ବଳିଆ ଦାସକାଠି ସାଂସ୍କୃତିକ ଅନୁଷ୍ଠାନର ସୁବାସ ଚନ୍ଦ୍ର ବେହେରା ଏବଂ ସାଥୀ କଳାକାରଙ୍କୁ ମଧ୍ଯ ସମ୍ମାନୀତ କରାଯିବା ସହ କରୋନା ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା I

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here